Sunday, September 6, 2026
31 C
Odisha

    ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ । ହାତ ତିଆରି ବନ୍ଧୁକ ଓ ବାରୁଦ ଜବତ । ଶିମିଳିପାଳ ଜଙ୍ଗଲରେ ଶିକାର ପାଇଁ ବେଆଇନ ଭାବେ ପ୍ରବେଶ କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରି ଜେଲ ପଠାଇଛି। ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଏବଂ ବନ ବିଭାଗର ମିଳିତ ଚଢ଼ାଉ ଦ୍ୱାରା ଏହି ସଫଳତା ମିଳିଛି । ଏଆଇ କ୍ୟାମେରାରୁ ମିଳିଲା ସୁରାକ୍ । ଶିକାରୀମାନେ ପ୍ରବେଶ କରୁଥିବା ସମୟରେ ଜଙ୍ଗଲରେ ଲଗାଯାଇଥିବା AI ଟ୍ରେଲଗାର୍ଡ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଥିଲା । କ୍ୟାମେରା ଆଲର୍ଟ ମିଳିବା କ୍ଷଣି ବନ ବିଭାଗର ସ୍କ୍ୱାଡ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ଗିରଫ ଶିକାରୀମାନଙ୍କ ନିକଟରୁ ୨ଟି ହାତତିଆରି ବନ୍ଧୁକ ଓ ବାରୁଦ ଅନ୍ୟ ସାମଗ୍ରୀ ଜବତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    31 ° C
    31 °
    31 °
    63 %
    2.4kmh
    91 %
    Sun
    32 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ