Friday, July 31, 2026
24.9 C
Odisha

    ଗରମରୁ ମରିଗଲେ ୭ ହଜାର କୁକୁଡ଼ା, ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ

    ଆଗକୁ ପଢନ୍ତୁ

    କଣ୍ଟାମାଳ: ଗରମରେ କଲବଲ ହେଉଛି ସାରା ଓଡ଼ିଶା । ଏହି ଗରମରେ ମଧ୍ୟ କୋଉଠି ବିଦ୍ୟୁତ କାଟ ହେଉଛି ତ ପୁଣି କେଉଁଠି ଗଛପଡ଼ି କରେଣ୍ଟ ଆସୁନି । ଏଥିସହ ଗରମରେ ମଧ୍ୟ କେତେକ ଲୋକ ମରିବି ଯାଉଛନ୍ତି । କଉଠି ମଣିଷ ମରୁଛନ୍ତି ତ କଉଠି ଜୀବଜନ୍ତୁ । ସେହିଭଳି ଏକ ଅଘଟଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।  ବିଦ୍ୟୁତ ବିଭାଗର ଅବହେଳାରୁ ମରିଗଲେ ହଜାର ହଜାର କୁକୁଡ଼ା । ବୌଦ୍ଧ ଜିଲ୍ଲା ପଳସାଗୋରା ପଞ୍ଚାୟତ ଡ଼େଙ୍ଗପଦର ଗାଁର ପଞ୍ଚାନନ ସାହୁ ବ୍ୟାଙ୍କରୁ ଋଣ ଆଣି କୁକୁଡ଼ା ଚାଷ କରିଥିଲେ। ବାରମ୍ବାର ବିଜୁଳି ବିଭ୍ରାଟ ଯୋଗୁଁ ପାଖାପାଖି ୭ ହଜାର କୁକୁଡା ମରିଥିବା ଅଭିଯୋଗ ହୋଇଛି । ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଥିବା ପଞ୍ଚାନନ କହିଛନ୍ତି । ଏ ନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।  ତେଣେ ଆଇବି କମ୍ପାନୀ ଶାଖା ପରିଚାଳକ କହିଛନ୍ତି ଚାଷୀଙ୍କୁ ବିଶେଷ କ୍ଷତି ହେବାକୁ ଦେବୁ ନାହିଁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ