Monday, August 17, 2026
24.7 C
Odisha

    ଗାତରେ ପଡ଼ି ୬ ବର୍ଷର ଶିଶୁ ମୃତ୍ୟୁ ଘଟଣା, ଠିକାଦାର ଗିରଫ

    ଆଗକୁ ପଢନ୍ତୁ

    ଗ୍ରେଟର ନୋଏଡା : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାର ଡାଲେଲଗଡ଼ ଗାଁରେ ଖାଲରେ ପଡି ୬ ବର୍ଷର ପିଲାର ଜୀବନ ଚାଲିଯାଇଛି । ଶନିବାର ସନ୍ଧ୍ୟାରେ ଦେବାଂଶ ନାମକ ୩ ବର୍ଷର ଜଣେ ଶିଶୁ ତାଙ୍କ ମା’ଙ୍କ ସହ ଏକ  ଭୋଜି କାର୍ଯ୍ୟକ୍ରମକୁ ଯାଇଥିଲା । ଅନ୍ୟ ପିଲାମାନଙ୍କ ସହ ଖେଳୁଥିବାବେଳେ ହଠାତ୍ ବର୍ଷା ପାଣିରେ ଭର୍ତ୍ତି ଏକ ଖାଲରେ ଖସି ପଡ଼ିଥିଲେ । ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ତୁରନ୍ତ ଶିଶୁଟିକୁ ଉଦ୍ଧାର କରିଥିଲେ । ହେଲେ ଡାକ୍ତରଖାନାରେ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହି ମାମଲାରେ ପ୍ରାଧିକରଣ ଏବେ କାର୍ଯ୍ୟନାଠୋନ କରି ୩ ଜଣଙ୍କ ବିରୋଧରେ ଏଫଆଇଆର ଦାୟର କରିବା ସହିତ ଠିକାଦାରକୁ ଗିରଫ କରିଛି ।

    ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ, ବହୁଦିନ ଧରି ଏହି ଗଭୀର ଗାତଟି ଖୋଲା ପଡ଼ିଥିଲା ଏବଂ ବର୍ଷା ଯୋଗୁଁ ପାଣିରେ ଭରିଯାଇଥିଲା । ପୂର୍ବରୁ ମଧ୍ୟ ଏଭଳି ବିପଜ୍ଜନକ ଗାତକୁ ଭରାଇବା ପାଇଁ ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା ।

    ଘଟଣା ପରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ତେବେ ଗ୍ରେଟର ନୋଏଡା କର୍ତ୍ତୃପକ୍ଷ କହିଛନ୍ତି, ଯେଉଁ ସ୍ଥାନରେ ଘଟଣା ଘଟିଛି ତାହା ସରକାରୀ ଜମି ନୁହେଁ, ବରଂ ବ୍ୟକ୍ତିଗତ ଜମି । ସେହି କାରଣରୁ ସେଠାରେ ସିଧାସଳଖ କାମ କରିବା ସମ୍ଭବ ନଥିଲା ବୋଲି ସଫେଇ ଦେଇଛି ପ୍ରଶାସନ ।

    ଘଟଣା ସ୍ଥଳରେ ଏସଡିଏମ ଆଶୁତୋଷ ମୌକେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ତୁରନ୍ତ ଗାତ ଅଞ୍ଚଳକୁ ବ୍ୟାରିକେଡିଂ କରିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସ୍ଥାନୀୟ ଲୋକ ଏଫଆଇଆର ଦାୟର କରି ଠିକାଦାର, ସୁପରଭାଇଜର, ଟେକ୍ନିକାଲ ସୁପରଭାଇଜର ବିରୋକ୍ଷରେ ମୁକଦ୍ଦମା ଦାୟର କରିଛନ୍ତି । ଏହାସହିତ ଠିକାଦାରକୁ ବ୍ଲାକଲିଷ୍ଟ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    92 %
    3.1kmh
    100 %
    Mon
    28 °
    Tue
    25 °
    Wed
    29 °
    Thu
    26 °
    Fri
    29 °

    ସମ୍ବନ୍ଧିତ