Monday, October 19, 2026
21.9 C
Odisha

    ଗିର୍‌ ଜଙ୍ଗଲରେ ୭ ସିଂହ ମୃତ

    ଆଗକୁ ପଢନ୍ତୁ

    ଅହମଦାବାଦ : ବିଗତ ଏକ ସପ୍ତାହ ମଧ୍ୟରେ ଗୁଜରାଟର ଗିର୍‌ ଜଙ୍ଗଲରେ ୭ଟି ସିଂହ ପ୍ରାଣ ହରାଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଚାରି ଶାବକ ସାମିଲ ଅଛନ୍ତିି। ସଂକ୍ରମଣ କାରଣରୁ ଏମାନଙ୍କର ମୃତ୍ୟୁ ଘଟିଥିବା ଡାକ୍ତରୀ ଦଳ ରିପୋର୍ଟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗିର୍‌ ଜଙ୍ଗଲରେ ଥିବା ୧୭ ସିଂହ/ସିଂହୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହା ବ୍ୟତୀତ ବନ ବିଭାଗ ପକ୍ଷରୁ ଆମରେଲି ଓ ଭାବନଗର ଜିଲାରେ ଥିବା ସିଂହଙ୍କ ଉପରେ ନଜର ରଖାଯାଇଛି। ବର୍ତ୍ତମାନ ଗୁଜରାଟରେ ମୋଟ ୮୯୧ ସିଂହ ଥିବାବେଳେ କେବଳ ଗିର୍‌ ଜଙ୍ଗଲରେ ୩୫୦ରୁ ଅଧିକ ସିଂହ ଅବସ୍ଥାନ କରୁଛନ୍ତି। ପ୍ରଚଣ୍ଡ ଗରମ ଯୋଗୁଁ ଅଧିକାଂଶ ସିଂହ ସିଡିଭି (କାନାଇନ ଡିସ୍‌ଟେମ୍ପର ଭାଇରସ୍‌)ରେ ଆକ୍ରାନ୍ତ ହେଉଛନ୍ତି ବୋଲି ମୁଖ୍ୟ ବନ ସଂରକ୍ଷକ ଜୟପାଲ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ ଡକାଇ ପରିସ୍ଥିତି ସମୀକ୍ଷା କରିଛନ୍ତି। ଆମରେଲି ଓ ଭାବନଗର ଜିଲାରେ ଥିବା ସବୁ ସିଂହ, ସିଂହୀ ଓ ଶାବକଙ୍କର ଦୈନନ୍ଦିନ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବନ ବିଭାଗକୁ କଡା ନିର୍ଦେଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ