Monday, May 13, 2024
26.7 C
Odisha

    ଗୋଟିଏ ପାଦ ଦୂରରେ ତୃତୀୟ ବିଶ୍ୱ ଯୁଦ୍ଧ

    ଆଗକୁ ପଢନ୍ତୁ

    ପୁଟିନ ରବିବାର ରୁଷରେ ହୋଇଥିବା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି । ଆମେରିକା ଏହି ନିର୍ବାଚନ ଉପରେ ପ୍ରଶ୍ନ ଉଠାଇ କହିଛି ଯେ ଗଣତନ୍ତ୍ରିକ ପରିସରରେ ନିର୍ବାଚନ କରାଯାଇ ନାହିଁ । ଅନ୍ୟପଟେ ପଡ଼ ବିଜୟ ପରେ ରାଷ୍ଟ୍ରପତି ପୁଟିନ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦୁନିଆ ଏବେ ତୃତୀୟ ବିଶ୍ୱଯୁଦ୍ଧଠାରୁ କେବଳ ଗୋଟିଏ ପାଦ ପଛରେ ରହିଛି । ଏଥିପାଇଁ ସେ ନାଟୋକୁ ଦାୟୀ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଏପରି ପରିସ୍ଥିତିରୁ ସମସ୍ତେ ଦୂରେଇ ରହିବାକୁ ଚାହୁଁଛନ୍ତି । ୧୯୬୨ର କ୍ୟୁବା ମାସାଇଲ୍ କ୍ରାଇସିସ୍ ପରେ ରୁଷ ଏବଂ ପାଶ୍ଚ୍ୟାତ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ଏହାର କାରଣ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ବର୍ଷ ଧରି ଜାରି ରହିଥିବା ଯୁଦ୍ଧ । ରାଷ୍ଟ୍ରପତି ପୁଟିନ ଅନେକ ଥର ପରମାଣୁ ଯୁଦ୍ଧର ଚେତାବନୀ ଦେଇ ସାରିଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧରେ ଏହାର ଆବଶ୍ୟକତା ପଡ଼ିବ ନାହିଁ । ଗତ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଥିଲେ ଯେ ସେ ୟୁକ୍ରେନକୁ ସହଯୋଗ ଦେବା ପାଇଁ ୟୁକ୍ରେନରେ ନିଜ ସେନା ଓହ୍ଲାଇବେ । ଅନ୍ୟପଟେ ଅନେକ ପାଶ୍ଚ୍ୟାତ ଦେଶ ଏବେ ନିଜକୁ ଏହି ବିବାଦରୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ରୁଷ ଏବଂ ନାଟୋ ମଧ୍ୟରେ ଯୁଦ୍ଧର ସମ୍ଭାବନାକୁ ନେଇ ମାକ୍ରୋନ କହିଥିଲେ ଯେ ଏହି ଦୁନିଆରେ କିଛି ବି ହୋଇପାରେ । ଏହି ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ପୁଟିନ କହିଛନ୍ତି, ସମସ୍ତେ ଜାଣିଛନ୍ତି ଯେ ଦୁନିଆ ବିଶ୍ୱଯୁଦ୍ଧଠାରୁ ମାତ୍ର ଗୋଟିଏ ପାଦ ପଛରେ ରହିଛି ।

    ପୁଟିନ କହିଛନ୍ତି ଯେ ୟୁକ୍ରେନରେ ବହୁ ସଂଖ୍ୟାରେ ସୈନିକଙ୍କ ଜୀବନ ଯାଉଛି । ୟୁକ୍ରେନ ଉପରେ ରୁଷ ଆରମ୍ଭରୁ ଭାରି ପଡ଼ୁଛି । ଚଳିତ ମାସରେ ରୁଷରେ ହୋଇଥିବା ନିର୍ବାଚନ ପୂର୍ବରୁ ୟୁକ୍ରେନ ଉପରେ ପୁଣି ଥରେ ଆକ୍ରମଣକୁ ତୀବ୍ର କରିଥିଲା । ପୁଟିନ କହିଥିଲେ ଯେ ନିଜ ସୈନିକଙ୍କ ସୁରକ୍ଷା ପାଇଁ ୟୁକ୍ରେନରେ ଅଧିକରୁ ଅଧିକ ବଫର ଜୋନ ତିଆରି କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    66 %
    1.2kmh
    100 %
    Mon
    39 °
    Tue
    40 °
    Wed
    41 °
    Thu
    42 °
    Fri
    43 °

    ସମ୍ବନ୍ଧିତ