Saturday, October 10, 2026
30.1 C
Odisha

    ମୁହଁରେ ସ୍ନର୍କଲ ଲଗାଇ ପହଁରିଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମୁହଁରେ ସ୍ନର୍କଲ ଲଗାଇ ପହଁରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆ‌ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସମୂଦ୍ର କୂଳରେ ବସିଥିବାର ଓ ମୁହଁରେ ସ୍ନର୍କଲ ଲଗାଇ ପହଁରୁଥିବା ଦେଖିବାକୁ ମିଳିଛି। ଫଟୋଟି ଲାକ୍ଷାଦ୍ବୀପର ବୋଲି ଜଣାପଡ଼ିଛି। ଏକ୍ସରେ ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ଯେଉଁମାନେ ନିଜ ମଧ୍ୟରେ ଥିବା ସାହସକୁ ଦେଖାଇବାକୁ ଚାହାନ୍ତି, ସେମାନେ ନିଜ ବୁଲିବା ସୂଚୀରେ ଲାକ୍ଷାଦ୍ବୀପଙ୍କୁ ରଖନ୍ତୁ। ମୁଁ ସେଠାରେ ରହିବା ସମୟରେ, ସ୍ନର୍କଲିଙ୍ଗ୍ କରିବାକୁ ‌ଚେଷ୍ଟା କରିଥିଲି। ଏହା ବହୁତ ଉତ୍ସାହଜନକ ଅନୁଭୂତି ଥିଲା।” ସ୍ନର୍କଲିଙ୍ଗର ଫଟୋ ସହ ସମୁଦ୍ର କୂଳରେ ପ୍ରଧାନମନ୍ତ୍ରୀ ବସିଥିବାର ୨ଟି ଫଟୋ ମଧ୍ୟ ସେୟାର କରିଛନ୍ତି। ଏହା ପୂର୍ବରୁ ‘ମ୍ୟାନ୍ ଭ‌ର୍ସେସ୍ ୱାଇଲଡ’ରେ ନଜର ଆସି ଦୁଃସାହାସିକ କାମ ପ୍ରଧାନମନ୍ତ୍ରୀ କରିଥିବା ଦେଖାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ