Sunday, October 18, 2026
24.8 C
Odisha

    ଜଏଣ୍ଟ ପେନ୍‌ ହେଉଥିଲେ,ଆପଣାନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଅଧିକ ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ…
    ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇଁ ଶୀତଦିନେ ବିଭିନ୍ନ ଉପାୟ କରିପାରିବେ। ଖାଦ୍ୟପେୟରେ ସାବଧାନତା ସହିତ ଏକ୍ସରସାଇଜ୍‌ ଓ କିଛି ଘରୋଇ ଚିକିତ୍ସା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିପାରିବେ।

    ଜଏଣ୍ଟ ପେନ୍‌ ହେଉଥିବା ସମୟରେ ଉଷୁମ ସେକ ଦିଅନ୍ତୁ। ପାଣି ପଟି କିମ୍ବା ହଟ୍‌ ୱାଟର ବ୍ୟାଗ୍‌ରେ ସେକ ଦିଅନ୍ତୁ।

    ଦରଜ ହେଉଥିବା ସ୍ଥାନରେ ତେଲ ଲଗାଇ ପ୍ରତିଦିନ ମାଲିସ କରନ୍ତୁ।

    ପ୍ରତିଦିନ ସକାଳେ ୩୦-୪୦ ମିନିଟ୍‌ ପର୍ଯ୍ୟନ୍ତ ଯୋଗ, ବ୍ୟାୟାମ କରିବା ସହିତ କିଛି ସମୟ ଚାଲନ୍ତୁ।

    ସକାଳୁ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ସବୁଦିନ ଖରାରେ ବସନ୍ତୁ। କାରଣ ସକାଳ ଖରାରେ ଭିଟାମିନ୍‌ ଡି ରହିଛି ଯାହା ହାଡ଼ ମଜଭୁତ କରିବାରେ ସହାୟକ ହୋଇଥାଏ।

    ଓମେଗା-୩ ଓ ଭିଟାମିନ୍‌ ସି ଥିବା ଖାଦ୍ୟ ଖାଆନ୍ତୁ।

    ଦିନକୁ ୭ ରୁ ୮ ଗ୍ଲାସ ପାଣି ପିଅନ୍ତୁ।

    ହଳଦୀ, ଅଦା, ରସୁଣ, ଡାଳଚିନି ଓ ଗୋଲମରିଚ ଭଳି ବିଭିନ୍ନ ଆଣ୍ଟିଇନ୍‌ଫ୍ଲାମେଟୋରି ଖାଦ୍ୟ ଖାଆନ୍ତୁ।

    ବାସି ଖାଦ୍ୟ ଖାଆନ୍ତୁ ନାହିଁ। ହଠାତ୍‌ କୌଣସି ଭାରି ଜିନିଷ ଉଠାନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପେନ୍‌କିଲର ଖାଆନ୍ତୁ ନାହିଁ।

    ବହୁତ ଲମ୍ବା ସମୟ ଗୋଟିଏ ସ୍ଥାନରେ ବସନ୍ତୁ ନାହିଁ। ରାତିରେ ଠିକ୍‌ ସମୟ ଭରପୂର ନିଦରେ ଶୁଅନ୍ତୁ। ଏସବୁ କରିବା ପରେ ଯଦି ଦରଜ କମ୍‌ ହେଉ ନ ଥିବ ତାହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ