Sunday, October 18, 2026
21.4 C
Odisha

    ଜନ୍ତର-ମନ୍ତରରେ ଜାରି ଛାତ୍ର ଆନ୍ଦୋଳନ, ୧୮ ମେଟ୍ରୋ ଷ୍ଟେସନ୍ ବନ୍ଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଦିଲ୍ଲୀର ଜନ୍ତର-ମନ୍ତରରେ ଜୁଲାଇ ୨୦ ତାରିଖରେ ହୋଇଥିବା ଲାଠିଚାର୍ଜ ପରେ ମଧ୍ୟ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଧାରଣାସ୍ଥଳରେ ଅଡି ରହିଛନ୍ତି । CJP ମାମାଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ୧୮ଟି ମେଟ୍ରୋ ଷ୍ଟେସନ୍ ବନ୍ଦ କରାଯାଇଛି । ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଛାତ୍ରମାନଙ୍କ ଦାବିକୁ ନେଇ ଆଜି ସରକାର ଓ କକରୋଚ୍ ଜନତା ପାର୍ଟି (ସିଜେପି) ମଧ୍ୟରେ ତୃତୀୟ ଥର ପାଇଁ ପୁଣିଥରେ ବୈଠକ ହେବାକୁ ଯାଉଛି ।

    ଛାତ୍ରମାନଙ୍କ ପକ୍ଷରୁ କୁହାଯାଇଛି ଯେ, ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନ ହେବା ପର୍ଯ୍ୟନ୍ତ ସେମାନଙ୍କର ପ୍ରଦର୍ଶନ ଶେଷ ହେବ ନାହିଁ ବୋଲି ସିଜେପି ସ୍ପଷ୍ଟ କରିଛି । କିନ୍ତୁ ମୁଖ୍ୟ ଦାବି- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ଏପର୍ଯ୍ୟନ୍ତ କୌଣସି ଠୋସ ନିଷ୍ପତ୍ତି ହୋଇନାହିଁ ।

    ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମଆରସି) ଶୁକ୍ରବାର କାର୍ଯ୍ୟପରିଚାଳନାଗତ କାରଣ ଦର୍ଶାଇ ଶନିବାର (୨୫ ଜୁଲାଇ) ସକାଳ ୭ଟା ୩୦ ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୮ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରଖିବାକୁ ଘୋଷଣା କରିଛି । ହେଲେ ରାଜୀବ ଚକ, ମଣ୍ଡୀ ହାଉସ୍ ଓ ସେଣ୍ଟ୍ରାଲ ସେକ୍ରେଟାରିଏଟ୍ରେ ଇଣ୍ଟରଚେଞ୍ଜ ସୁବିଧା ଜାରି ରହିବ । ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ବିବାଦକୁ ନେଇ ଜନ୍ତର-ମନ୍ତରରେ ଛାତ୍ରମାନଙ୍କର ଲଗାତାର ବିରୋଧ ପ୍ରଦର୍ଶନ ମଧ୍ୟରେ ଏହି ଘୋଷଣା କରାଯାଇଛି । ଏହି ପ୍ରଦର୍ଶନରେ ବହୁ ସଂଖ୍ୟକ ଲୋକ ଯୋଗ ଦେଉଥିବା ବେଳେ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡିଏମଆରସି ଅନୁଯାୟୀ, ସମଗ୍ର ମେଟ୍ରୋ ନେଟୱର୍କରେ ସଂଯୋଗ ବଜାୟ ରଖିବା ପାଇଁ ରାଜୀବ ଚକ, ମଣ୍ଡୀ ହାଉସ୍ ଓ ସେଣ୍ଟ୍ରାଲ ସେକ୍ରେଟାରିଏଟ୍ ଷ୍ଟେସନରେ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ ।

    ସେପଟେ ସେହି ୧୮ଟି ମେଟ୍ରୋ ଷ୍ଟେସନର ଲିଷ୍ଟ ସାମ୍ନାକୁ ଆସିଛି । ଲୋକ କଲ୍ୟାଣ ମାର୍ଗ, ରାଜୀବ ଚକ, ପଟେଲ ଚକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରାଖମ୍ବା ରୋଡ୍, ସୁପ୍ରିମ୍ କୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡୀ ହାଉସ୍, ସେଣ୍ଟ୍ରାଲ ସେକ୍ରେଟାରିଏଟ୍, ଆଇଟିଓ, ଦିଲ୍ଲୀ ଗେଟ୍, ଇନ୍ଦ୍ରପ୍ରସ୍ଥ, ଖାନ୍ ମାର୍କେଟ୍, ଜୋର ବାଗ୍, ଶିବାଜୀ ଷ୍ଟାଡିୟମ୍, ଝଣ୍ଡେୱାଲାନ୍ ଓ ନୂଆଦିଲ୍ଲୀ ଷ୍ଟେସନଗୁଡିକ ବନ୍ଦ ରହିବ । ଏୟାରପୋର୍ଟ ଏକ୍ସପ୍ରେସ୍ ଲାଇନରେ ଟ୍ରେନ୍ ସେବା କେବଳ ଧୌଲା କୁଆଁ ଓ ଯଶୋଭୂମି ଦ୍ୱାରକା ସେକ୍ଟର–୨୫ ମଧ୍ୟରେ ଉପଲବ୍ଧ ରହିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ