Saturday, July 25, 2026
30.5 C
Odisha

    କୁଳଡିହା ଅଭୟାରଣ୍ୟରେ ବାଘ ଆତଙ୍କ, ବଳଦ ଖୋଜିବାକୁ ଯାଇ ଯୁବକ ଆକ୍ରମଣର ଶିକାର

    ଆଗକୁ ପଢନ୍ତୁ

    ନୀଳଗିରି  : ବାଲେଶ୍ବର ଜିଲ୍ଲା ନୀଳଗିରି କୁଳଡିହା ଅଭୟାରଣ୍ୟରେ ବାଘ ଆତଙ୍କ। ବଳଦ ଖୋଜିବାକୁ ଯାଇ ଜଣେ ଯୁବକ ବାଘୁଣୀ ଯମୁନାର ଆକ୍ରମଣର ଶିକାର ହୋଇଛନ୍ତି । ଆହତ ଯୁବକ ହେଲେ ସୁନୀଲ କୁମାର ସିଂହ । ଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୨୬ ବର୍ଷୀୟ ସୁନୀଲ କୁଲଡିହା ଅଭୟାରଣ୍ୟ ପାଦଦେଶରେ ଥିବା ବିଲରେ ଚାଷ କାମ କରୁଥିଲେ। ହଳ ଫିଟାଇ ଦେବାରୁ ୨ଟି ବଳଦ ଗୁହାଳକୁ ନଫେରି ଜଙ୍ଗଲ ଆଡ଼କୁ ଦୌଡିଥିଲେ । ସେମାନଙ୍କୁ ଖୋଜିବାକୁ ଯାଇ ଯୁବକ ଜଣକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିଲେ ।

    ସୁନୀଲଙ୍କୁ ଦେଖି ବାଘୁଣୀ ତାଙ୍କ ଉପରକୁ ଲମ୍ଫ ମାରିଥିଲା । ଦୀର୍ଘ ସମୟ ଧରି ସେ ଜଙ୍ଗଲ ଭିତରେ ବାଘୁଣୀ ସହ ଲଢ଼ିଥିଲେ ।  ଯୁବକଙ୍କ ହାତ, ଗୋଡ଼ ଓ ପିଚାରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଚିତ୍କାର ଶୁଣି ସେହି ଅଞ୍ଚଳକୁ ଅନ୍ୟ ଚାଷୀମାନେ ଦୌଡ଼ି ଆସିବାରୁ ବାଘୁଣୀ ସ୍ଥାନ ଛାଡ଼ି ଜଙ୍ଗଲକୁ ପଳାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    66 %
    4.4kmh
    100 %
    Sat
    31 °
    Sun
    26 °
    Mon
    25 °
    Tue
    26 °
    Wed
    26 °

    ସମ୍ବନ୍ଧିତ