Monday, April 27, 2026
40.6 C
Odisha

    ଜିନ୍ନତର ପ୍ରେମରେ ବାଉଳା ମହାବଳ, ଶିମିଳିପାଳରେ ୫ ମାସ ହେଲା ବୁଲୁଛି ବାଘ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ  :  ଶିମିଳିପାଳରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ୧୫୦୦ରୁ ଊର୍ଦ୍ଧ୍ଵ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରି ମହାରାଷ୍ଟ୍ରର ଏକ ମହାବଳ ବାଘ ଏବେ ଶିମିଳିପାଳରେ ବିଚରଣ କରୁଛି । ବାଘ ଗଣତି ପାଇଁ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ଏହି ଘଟଣା ୪ମାସ ତଳେ ଜଣାପଡ଼ିଥିଲା ହେଲେ ଆଜି ଲୋକଲୋଚନକୁ ଆସିଛି । ଏହି ଅଣ୍ଡିରା ମହାବଳ ବାଘଟିର ବୟସ ପାଖାପାଖୁ ୪ ରୁ ୫ ବର୍ଷ ହୋଇଥ‌ିବା ଅନୁମାନ କରାଯାଉଛି । ଏହି ଖବର ପ୍ରଘଟ ହେବା ପରେ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ମାସ ମାସ ଧରି ଶିମିଳିପାଳରେ ରହିବା ମଧ୍ଯ ବିଭାଗ ଓ ଜିଲ୍ଲା ପାଇଁ ଖୁସିର ବିଷୟ ।  ଶିମିଳିପାଳକୁ ବାହାର ରାଜ୍ୟରୁ ବାଘ ଆସିବା ଜୈବବିବିଧତା ପାଇଁ ଶୁଭ ସଙ୍କେତ ବୋଲି ସେ କହିଛନ୍ତି ।

    ସୂଚନାଯୋଗ୍ୟ, ଶିମିଳିପାଳରେ ଗତ ସେପ୍ଟେମ୍ବରରେ ଏକ ମହାବଳ ଛତିଶଗଡ଼ ପଟୁ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଜଙ୍ଗଲ ଦେଇ ଦେବଗଡ଼, ଢେଙ୍କାନାଳ -କାମାକ୍ଷାନଗର ଦେଇ ଡିସେମ୍ବର-ଜାନୁଆରୀରେ ଶିମିଳିପାଳରେ ପ୍ରବେଶ କରିଥିଲା । ସେତେବେଳେ ବାଘ ଗଣତି ପାଇଁ ଲାଗିଥିବା କ୍ୟାମେରା-ଟ୍ରାପ୍‌ରୁ ଏହା ଜଣାପଡ଼ିଥିଲା । କିନ୍ତୁ, ବାଘଟି କେଉଁ ରାଜ୍ୟରୁ ଆସିଛି, ତାହା ଜଣାପଡ଼ିନାହିଁ । ଏହା ଏକ ପ୍ରାପ୍ତବୟସ୍କ ଅଣ୍ଡିରା ବାଘ । କଳାବାଘ ଜେନେଟିକ୍ ପରିବର୍ତ୍ତନ ପାଇଁ ସରକାର ପଦକ୍ଷେପସ୍ୱରୂପ ମହାରାଷ୍ଟ୍ରରୁ ୨ଟି ବାଘୁଣୀ ଜିନତ ଓ ଯମୁନା ଆଣିଥିଲେ। ସେମାନେ ଏବେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିଧ୍ ଅଞ୍ଚଳରେ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    40.6 ° C
    40.6 °
    40.6 °
    15 %
    3.9kmh
    100 %
    Mon
    43 °
    Tue
    42 °
    Wed
    44 °
    Thu
    43 °
    Fri
    39 °

    ସମ୍ବନ୍ଧିତ