Sunday, October 11, 2026
22.9 C
Odisha

    ସୁଧୀର ପାତ୍ରଙ୍କ ହତ୍ୟାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ ,ପୋଲିସ୍ ଆଗରେ ମାନିଛି କେମିତି କରାଯାଇଥିଲା ଅପହରଣ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ବହୁଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ମାମଲା, ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ସାମ୍ନାକୁ ଆସିଛି ଘଟଣା ଦିନର ସିସିଟିଭି ଫୁଟେଜ । ସୁଧୀର ରାସ୍ତାରେ ଯିବା ଓ ଫେରିବା ବେଳେ ବୋଲେରୋ ଗାଡି ପିଛା କରିବାର ଫୁଟେଜ ସାମ୍ନାକୁ ଆସିଛି । ଏପଟେ ୫ ଅଭିଯୁକ୍ତଙ୍କୁ ଜେରା ଓ ଘଟଣାସ୍ଥଳରେ ସିନ ରିକ୍ରିଏସନ କରିବା ପରେ ପୋଲିସକୁ ମିଳିଛି ଅନେକ ତଥ୍ୟ ।

    ଝିଆରୀ ନିବେଦିତା ଯାହା ଷଡ଼ଯନ୍ତ୍ର ରଚିଥିଲା, ଅଭିଯୁକ୍ତ ବୟଫ୍ରେଣ୍ଡ୍ ସେସବୁକୁ ଦେଖାଇଲା ।  କେମିତି ଆଖି ପିଛୁଳାକେ ସୁଧୀରଙ୍କୁ ବନ୍ଦି କରି ନେଇଥିଲେ କାଳୁ ସମେତ ଅନ୍ୟ ଅଭିଯୁକ୍ତ । ପୋଲିସ୍ କଷ୍ଟୋଡିରେ ଥିବା ନିବେଦିତାଙ୍କ ଖୁନୀ ବୟଫ୍ରେଣ୍ଡ କାଳୁ ଆଜି ଗୋଟି ଗୋଟି କରି ସବୁ କିଛି ଦେଖାଇଛି। ପୋଲିସ୍ ଆଗରେ ମାନିଛି କେମିତି ସେଦିନ ସୁଧୀରଙ୍କୁ କରାଯାଇଥିଲା ଅପହରଣ। ଗୋପାଳପୁର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାରେ ଆଜି ସରୁଛି ରିମାଣ୍ଡ ଅବଧି । ତିନି ପର୍ଯ୍ୟାୟରେ ସିନ ରିକ୍ରିଏସନ ଓ ଜେରାରେ ପୋଲିସକୁ ହାତରେ ଅନେକ ତଥ୍ୟ ଲାଗିଛି । ଗତକାଲି ୩ଟି ପର୍ଯ୍ୟାୟରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିଲା । କେଉଁଠି ଆଉ କେମିତି କରିଥିଲେ ହତ୍ୟା କରିଥିଲେ ସେନେଇ ଡେମୋ ଦେଖାଇଥିଲେ । ଏହାପରେ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ବନ୍ଧୁକକୁ ବୁଗୁଡ଼ାର ବାଘୁଆ ଡ୍ୟାମକୁ ଫିଙ୍ଗି ଦେଇଥିବା ନେଇ ସ୍କ୍ରିନ୍ ରିକ୍ରିଏସନରେ ଦେଖାଇ ଥିଲେ । ଯାହାକୁ ନେଇ ଅଗ୍ନିଶମ ବିଭାଗ ସହଯୋଗରେ ବନ୍ଧୁକ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ।

    ଏଥିରେ ପୋଲିସକୁ ଅନେକ ତଥ୍ୟ ମିଳିଛି । ଆଜି ଅଭିଯୁକ୍ତମାନଙ୍କୁ ପୁଣି ଥରେ ଜେରା କରି ସନ୍ଧ୍ୟା ସୁଦ୍ଧା ଜେଲ ହଜାତକୁ ପଠାଇ ଦିଆଯିବ । ଅନ୍ୟପକ୍ଷରେ ଖୁବଶୀଘ୍ର ଅନ୍ୟତମ ଅଭିଯୁକ୍ତ ତୁଷାର,ନିବେଦିତା ଓ ଶୁଭମଙ୍କ ସମେତ ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ