Tuesday, September 8, 2026
24.5 C
Odisha

    ଝିଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାପାର ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ଜାତିପ୍ରଥା ପାଇଁ ମୃତଦେହକୁ ମିଳିଲାନି ଚାରିକାନ୍ଧ । ଝିଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାପାର ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା । ଶେଷରେ ମୃତକଙ୍କ ଭଉଣୀ ଓ ପୁଅ-ଝିଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।

    ସୂଚନାନୁଯାୟୀ, ଗାଁର ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ । କିନ୍ତୁ ଦୁଇ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ଦେବାକୁ ଆସିଲେନି ଗାଁ ଲୋକ । ଫଳରେ ଅନ୍ୟ କିଛି ଉପାୟ ନପାଇ ଦୁର୍ଯ୍ୟୋଧନଙ୍କ ପୁଅ-ଝିଅ ଓ ଭଉଣୀ-ଭାଣିଜୀ ମିଶି ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ । ପୁଣିଥରେ ଜାତିରେ ମିଶିଲେ ହିଁ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି ଗ୍ରାମବାସୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    91 %
    1.4kmh
    40 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ