Wednesday, July 22, 2026
23.9 C
Odisha

    ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମନରେଗା ସହାୟିକା

    ଆଗକୁ ପଢନ୍ତୁ

    କଟକ  : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ୱାଟରସେଡ ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟରେ କାର୍ଯ୍ୟରତ ମନରେଗା ସହାୟିକା ପ୍ରିୟଙ୍କା ଜେନା ।  ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ । ଜଣେ ହିତାଧିକାରୀ ମନରେଗା ଯୋଜନାରେ ଫାର୍ମ ପୋଖରୀ ନିର୍ମାଣ କରିଥିଲେ । ଏହି କାମ ବାବଦରେ ୨ ଲକ୍ଷ୬୮ ହଜାର ଟଙ୍କାର ବିଲ୍ ମଞ୍ଜୁର ହୋଇଥିଲା । ତେବେ ବିଲ୍ ରାଶି ପ୍ରଦାନ କରିବା ପାଇଁ ପ୍ରିୟଙ୍କା ଜେନା ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନଦେଲେ ବକେୟା ବିଲ୍ ମୁକ୍ତ ହେବ ନାହିଁ ବୋଲି ସେ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି ।

    ହିତାଧିକାରୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗର ସତ୍ୟତା ଯାଞ୍ଚ ପରେ ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇଥିଲେ । ପ୍ରିୟଙ୍କା ଜେନା ହିତାଧିକାରୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଟ୍ରାପ ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଯାଞ୍ଚ ନେଇ ପ୍ରିୟଙ୍କା ଜେନାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    90 %
    2.4kmh
    100 %
    Wed
    24 °
    Thu
    28 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ