Sunday, September 13, 2026
23.3 C
Odisha

    ଡକାୟତି ଓ ଲୁଟ ମାମଲାର ପର୍ଦ୍ଦାଫାଶ, ୧୨ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଦୁଇଟି ବଡ଼ ଡକାୟତି ଓ ଲୁଟ ମାମଲାର ପର୍ଦ୍ଦାଫାଶ । ଧୁରୁଆଡିହି ଓ ହେମଗିର ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଘଟଣାରେ ୧୨ ଅଭିଯୁକ୍ତ ଗିରଫ । ଲୁଟ ହୋଇଥିବା ନଗଦ ଟଙ୍କା, କାର, ବାଇକ ଓ ମୋବାଇଲ ଫୋନ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ । ଗତକାଲି ରାତି ପ୍ରାୟ ୮ଟା ବେଳେ ଧୁରୁଆଡିହି ଥାନା ଅନ୍ତର୍ଗତ ବିରବିରା ଗ୍ରାମରେ ଜଣେ ଡାକ୍ତରଙ୍କ ଘରୁ ୧ ଲକ୍ଷ ୬୭ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ ଲୁଟି ନେଇଥିଲେ ଦୁର୍ବୃତ୍ତ। ଅଭିଯୁକ୍ତମାନେ କିଞ୍ଜିର୍ମା ଜଙ୍ଗଲରେ ଲୁଚି ରହିଥିଲେ । ଲୁଟେରାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ସମସ୍ତ ଟଙ୍କା ଓ ମୋବାଇଲ ଜବତ କରିଛି ପୋଲିସ ।

    ସେହିପରି ହେମଗିର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ବନ୍ଧୁକ ଦେଖାଇ କାର ଓ ନଗଦ ଟଙ୍କା ଲୁଟ ମାମଲାରେ ମଧ୍ୟ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ସେମାନଙ୍କ ନିକଟରୁ ଲୁଟ ସାମଗ୍ରୀ ଉଦ୍ଧାର କରାଯାଇଛି । ଗିରଫ ହୋଇଥିବା ଅନେକ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି । ହେମଗିର ଲୁଟ ମାମଲାରେ ଧରାପଡ଼ିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.3 ° C
    23.3 °
    23.3 °
    98 %
    2.1kmh
    84 %
    Sat
    23 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ