Friday, July 31, 2026
24.9 C
Odisha

    ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡା : ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଚେନ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ସଦର୍ ଥାନା ଅନ୍ତର୍ଗତ ବାହାକଣ୍ଡିଆ ପୋଲଛକରେ । ମହିଳାଙ୍କ ଠାରୁ ସୁନା ଲୁଟି ନେଲେ ଅଢେ଼ଇ ଭରିର ସୁନା ଚେନ। ସୁଚନା ଅନୁସାରେ ମହିଳାଙ୍କ ଘର କୁଦାନଗରି ଥାନା ଳଅନ୍ତା ଗାଁର ସ୍ଵର୍ଣଲତା ବେଉରା । ସେ  କେନ୍ଦ୍ରାପଡାରେ ଘରଭଡା ନେଇ ରହୁଛନ୍ତି । ଆଜି ସକାଳୁ ସ୍ବର୍ଣ୍ଣଲତା ଓ ତାଙ୍କ ଝିଅ ସ୍କୁଟିରେ କେନ୍ଦ୍ରାପଡାରୁ ଘରକୁ ଯାଉଥିଲେ ।

    ଏତିକି ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ବାଟରେ ଏକ ଆପାଜି ବାଇକରେ ତିନିଜଣ ପିଛା କରିଥିଲେ । ଯାହାର ଭିଡିଓ ସିସି କ୍ୟାମେରାରେ କଏଦ ହୋଇଛି । ତିନି ଜଣ ଲୁଟେରା ପିଛା କରିବା ପରେ ବାହାକଣ୍ଡିଆ ପୋଲ ଛକଠାରେ ମହିଳାଙ୍କୁ ଅପେକ୍ଷା କରି ଠିଆ ହୋଇଥିଲେ। ସ୍ବର୍ଣ୍ଣଲତା ଯିବା ସମୟରେ ହଠାତ ବନ୍ଧୁକ ଦେଖାଇ ବେକରୁ ସୁନାଚେନ ଝିଙ୍କି ନେଇ ମହିଳାଙ୍କୁ ଧକା ମାରି ତଳେ ଫୋପାଡ଼ି ଦେଇଥିଲେ । ପରେ ଦୂର୍ବୁତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏନେଇ ସ୍ବର୍ଣ୍ଣଲତା ସଦର ଥାନାରେ ଅଭିଯୋଗ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ