Monday, October 19, 2026
21.9 C
Odisha

    ତିନି ରଥର ୧୬ ଚକ ନିର୍ମାଣ ଶେଷ

    ଆଗକୁ ପଢନ୍ତୁ

    ପୁରୀ : ଗତକାଲି ସନ୍ଧ୍ୟା ସୁଦ୍ଧା ତିନି ରଥ ପାଇଁ ୧୬ଟି ଚକ ନିର୍ମାଣ ଶେଷ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ କରାଯାଇଥିବାବେଳେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି। ତିନି ରଥର ଆଉ ୨୬ଟି ଚକ ନିର୍ମାଣ କରାଯାଉଛି। ତୁମ୍ୱଗୁଡ଼ିକରେ ବିନ୍ଧ କରାଯିବା ସହ ଅର ଓ ପହି ସଂଯୋଗ କରାଯାଉଛି। ସେହିପରି ତିନିରଥର ପ୍ରଭା ଅପସରା ଏବଂ ବେଦୀ ସିଂହାସନ ନିର୍ମାଣ ଶେଷ ହୋଇଛି। ତିନିରଥର ୪ଟି ଲେଖାଏଁ ପ୍ରଥମ ଭୂଇଁ ଖମ୍ବି ନିର୍ମାଣ ସରିଥିବା ଜଣାପଡ଼ିଛି। ରୂପକାର ସେବକମାନେ ତିନି ରଥର ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି।
    ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ତିନି ରଥର ୧୦ଟି ଲେଖାଏଁ ଚକ ପାଇଁ ଆବଶ୍ୟକ ଅରକଣ୍ଟା ନିର୍ମାଣ ଶେଷ ହୋଇଛି। ଅବଶିଷ୍ଟ ଚକଗୁଡ଼ିକ ପାଇଁ ଅରକଣ୍ଟା ପ୍ରସ୍ତୁତ କରାଯାଉଛି। ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଅବ୍ୟାହତ ରହିଛି। ବୁଧବାର ୧୯୨ ମହାରଣା, ଭୋଇ, କରତି, ରୂପକାର, କମାର ସେବକ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ