Thursday, July 9, 2026
29.7 C
Odisha

    ନୂଆ ଫଣ୍ଡାରେ ଏଟିଏମ୍ ଲୁଟ, ସିସିଟିଭିରେ ରଙ୍ଗ ମାରି ଲୁଟିନେଲେ ଦୁର୍ବୁତ୍ତ

    ଆଗକୁ ପଢନ୍ତୁ

    ଉଦଳା: ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିଲେ । ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଠାରୁ ମାତ୍ର ୩ଶହ ମିଟର ଦୂର ବଙ୍ଗଳା ଛକରେ । ଏଠାରେ ଥିବା ଏକ ଏସବିଆଇ ଏଟିଏମରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ । ଲୁଟେରାମାନେ ଏଟିଏମ ବାହାରେ ଥିବା ସିସିଟିଭିରେ ଲାଲ ରଙ୍ଗ ସ୍ପ୍ରେ ମାରିବା ପରେ ଏଟିଏମ ଭିତରେ ପଶିଥିଲେ । ପରେ ଗ୍ୟାସ କଟରରେ ଏଟିଏମକୁ କାଟିଥିଲେ ।

    ଗ୍ୟାସ କଟରରେ କାଟିବା ଫଳରେ ଏଟିଏମ ମେସିନର କିଛି ଅଂଶ ମଧ୍ୟ ଜଳି ଯାଇଛି । ମେସିନ କାଟିବା ପରେ ସମସ୍ତ କ୍ୟାସ ଟ୍ରେରୁ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ସାଇରନ ବାଜିବା ଡରରେ ସାଇରନକୁ ମଧ୍ୟ ପିଟି ଭାଙ୍ଗି ଦେଇଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡ଼ିନାହିଁ । ଖୁଣ୍ଟା ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    72 %
    3.5kmh
    100 %
    Thu
    29 °
    Fri
    25 °
    Sat
    23 °
    Sun
    30 °
    Mon
    29 °

    ସମ୍ବନ୍ଧିତ