Sunday, October 11, 2026
28.3 C
Odisha

    ନୂଆପଡାରେ ୫୬ଟି ନୂଆ ମତଦାନ କେନ୍ଦ୍ର

    ଆଗକୁ ପଢନ୍ତୁ

    ନୂଆପଡା    :   ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳିତବର୍ଷ ନିର୍ବାଚନରେ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତାଦାତା ଭୋଟ୍ ଦେବେ। ଭାରତ ନିର୍ବାଚନ ଆୟୋଗ ୦୧.୦୭.୨୦୨୫ କୁ ଯୋଗ୍ୟତା ତାରିଖ ଭାବରେ ରଖି ଓଡ଼ିଶାର ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ-ନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ର ଧାରା ୨୧ ଅନୁଯାୟୀ ଏକ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟେମ୍ବର ୧୪ ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ / ପରିବର୍ତ୍ତନ ହେବ। ୧୫ ତାରିଖରେ ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାବେଳେ  ଦାବି ଏବଂ ଆପତ୍ତି ଦାଖଲ କରିବାର ଅବଧି ସେପ୍ଟେମ୍ବର ୧୫ରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରହିଛି। ଅକ୍ଟୋବର ୭ ତାରିଖ ସୁଦ୍ଧା ଦାବି ଏବଂ ଆପତ୍ତିର ସମାଧାନ କରାଯିବ। ଅକ୍ଟୋବର ୯ ତାରିଖରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ହେବ।

    ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ସେହିପରି, ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ, ଏହି ପୁନଃବ୍ୟବସ୍ଥିକରଣ ପ୍ରକ୍ରିୟା ସମୟରେ ୭୧-ନୂଆପଡା ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର ୩୫୮ ରହିଥିବାବେଳେ ସହରାଞ୍ଚଳରେ ୩୬ ଥିବାବେଳେ ଗ୍ରାମାଞ୍ଚଳରେ ୩୨୨ ରହିଛି। ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ବୈଠକ ସେପ୍ଟେମ୍ବର ୧୫ ତାରିଖରେ ସ୍ୱୀକୃତିପ୍ରାପ୍ତ ସମସ୍ତ ରାଜନୈତିକ ଦଳଙ୍କ ସହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ମାନଙ୍କୁ ସଂଶୋଧନର ସମସ୍ତ ପର୍ଯ୍ୟାୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ଜିଲ୍ଲା ୟୁନିଟଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    70 %
    1.4kmh
    0 %
    Sun
    26 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ