Thursday, September 24, 2026
23.9 C
Odisha

    ନେପାଳ ଜଳପ୍ରଳୟ ପରେ ପୁଣି ଥରିଲା ତିବ୍ଦତ, ତୀବ୍ରତା ୫.୦

    ଆଗକୁ ପଢନ୍ତୁ

    ତିବ୍ଦତ : ନେପାଳରେ ଆସିଥିବା ଜଳପ୍ରଳୟ ପରେ ରେସକ୍ୟୁ ଅପରେସନ ଜାରି ରହିଛି । ମ୍ତକଙ୍କ ସଂଖ୍ୟା ୧୨୦୦ ପାର୍ ହେଲାଣି । ଏହାରି ଭିତରେ ନେବାଳର ପଡୋଶୀ ଦେଶ ତିବ୍ଦତରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ରହିଛି । ଏହି ଭୂମିକମ୍ପ ଝଟକା ନେପାଳରେ ଉପୁଜିଥିବା ପ୍ରଳୟଙ୍କରୀ ବନ୍ୟାର ଠିକ୍ ଏକ ସପ୍ତାହ ପରେ ଆସିଛି । ଭୂମିକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

    ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (ଜିଏଫଜେଡ) ଅନୁସାରେ, ଗୁରୁବାର ତିବ୍ଦତରେ ଅପରାହ୍ନ୧ଟା ୪୬ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର ଉତ୍ପତ୍ତି ସ୍ଥଳ ଭୂ-ପୃଷ୍ଠରୁ ୧୦ କିଲୋମିଟର (୬.୨୧ ମାଇଲ) ଦୂର ରହିଥିଲା ।

    ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ସକାଳ ୮ଟା ୩୭ ମିନିଟରେ ନେପାଳ-ତିବ୍ବତ ସୀମା ନିକଟ ଲେହନ୍ଦେ ଉପତ୍ୟକାରେ ବିଶାଳ ବରଫ ଓ ପଥର ଧସିଥିଲା । ଏହାପରେ ଲ୍ହେନ୍ଦେ-ଭୋଟେକୋଶୀ-ତ୍ରିଶୂଳୀ ନଦୀପଥରେ ଅତି ଦ୍ରୁତ ଗତିରେ ମାଡ଼ିଆସିଥିଲା ପାଣି, କାଦୁଅ, ବରଫ ଓ ବିଶାଳ ପଥରର ସ୍ରୋତ । ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ନେପାଳରେ ଏପର୍ଯନ୍ତ ୧୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ହଜାରରୁ ଅଧିକ ଲୋକେ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା, ସୁରକ୍ଷାକର୍ମୀ, ଜଳବିଦ୍ୟୁତ ପ୍ରକଳ୍ପର କର୍ମଚାରୀ ଏବଂ ବିଦେଶୀ ଯାତ୍ରୀ ରହିଛନ୍ତି । ଉଦ୍ଧାର, ମୃତଦେହ ଚିହ୍ନଟ ଓ DNA ପରୀକ୍ଷା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    3.6kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ