Sunday, October 18, 2026
23.2 C
Odisha

    ପଦ୍ମକୁ ଆତ୍ମଘାତୀ ଚିନ୍ତା

    ଆଗକୁ ପଢନ୍ତୁ

    ବଲାଙ୍ଗିର ବିଜେପିକୁ ଏବେ ଆତ୍ମଘାତୀ ଚିନ୍ତା ଘାରିଛି। ଟିକଟ ନ ପାଇ ଅପମାନ ଓ ପ୍ରତିଶୋଧର ନିଆଁରେ ଜଳୁଥିବା ଏହି ଆତ୍ମଘାତୀମାନେ ବିଜେପିକୁ ଅକଳରେ ପକାଇବେ ବୋଲି ଚର୍ଚ୍ଚା ଏବେ ବଲାଙ୍ଗିର ଜିଲ୍ଲାରେ ଜୋର୍‌ ଧରିଛି। ଜିଲ୍ଲାର ପ୍ରାୟ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ପୃଥକପୃଥକ ସମାନ୍ତରାଳ ଗୋଷ୍ଠୀ ରହିଥିବା ବେଳେ ଏହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ପ୍ରଶମନ କରିବା ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ମୁଣ୍ଡିଆଳ ନେତାଙ୍କ ପାଇଁ ଏତେଟା ସହଜ ନ ଥିବା ବେଳେ ଏହା ଆଗକୁ ପ୍ରାର୍ଥୀଙ୍କ ପାଇଁ ବୁମେରାଂ ସାଜିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।

    ବଲାଙ୍ଗିର ଜିଲ୍ଲାରେ ରହିଛି ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀ। ପ୍ରତି ନିର୍ବାଚନରେ ଅନ୍ତତଃ ଗୋଟିଏ ଆସନରେ ବିଜେପିର ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭା ଯାଇଥାନ୍ତି। ପୂର୍ବରୁ ଲଗାତାର କନକବର୍ଦ୍ଧନ ସିଂହଦେଓ ଯାଉଥିବା ବେଳେ ଗତ ନିର୍ବାଚନରେ ସେ ପରାଜିତ ହୋଇଥିଲେ। ତଥାପି ଲୋଇସିଂହା ଆସନରୁ ମୁକେଶ ମହାଲିଙ୍ଗ ଜିତି ବିଜେପିର ସମ୍ମାନ ରଖିଥିଲେ। ଚଳିତ ନିର୍ବାଚନରେ କିନ୍ତୁ ସମୀକରଣରେ ଅନେକ ପରିବର୍ତ୍ତନ ହୋଇଛି। ଜିଲ୍ଲାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେପିର ସଂଗଠନ ଭାଗ ଭାଗ ହୋଇଥିବା ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ