ଭଦ୍ରକ : ନିଜର ତିନି ଛୁଆ ଓ ସ୍ୱାମୀଙ୍କୁ ଛାଡି ସ୍ତ୍ରୀ ଫେରାର । ୫ ଲକ୍ଷରୁ ଅଧିକ ଟଙ୍କା ସହିତ ସୁନା ରୁପା ଧରି ସ୍ତ୍ରୀ ଫେରାର। ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ ।
ଗତ ମାର୍ଚ୍ଚ ୩ ତାରିଖରେ ଭଦ୍ରକ ପିରାହାଟ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁର କରୁଣାକର ଓଝାଙ୍କ ସ୍ତ୍ରୀ ସାବିତ୍ରୀ ଓଝା ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇ ଆଉ ଫେରି ନଥିଲେ। ପରେ ବହୁ ଖୋଜାଖୋଜି କରି ସାବିତ୍ରୀ ନ ମିଳିବାରୁ ସ୍ୱାମୀ ପିରାହାଟ ଥାନାରେ ସ୍ତ୍ରୀ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ପୋଲିସ ମାମାଳା ରୁଜୁ କରିଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି କରୁଣାକର । ଏପରିକି ସାବିତ୍ରୀ ଗାଁରୁ ବିଭିନ୍ନ ଲୋନ କରି ୫ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି । ସାବିତ୍ରୀ ଜଣେ ଯୁବକଙ୍କ ସହିତ ଟଙ୍କା ପଇସା ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ତିନି ପିଲାଙ୍କ ପେଟ ପୋଷଣ କରନ୍ତି । ସ୍ବାମୀଙ୍କୁ କିସ୍ତି ଟଙ୍କା ଫେରାଇବାକୁ ବିଭିନ୍ନ ଆଡୁ ବାଧ୍ୟ କରାଯାଉଛି। ଫେରାର ସ୍ତ୍ରୀକୁ ତୁରନ୍ତ ଠାବ କରି ତାଙ୍କୁ ନ୍ୟାୟ ଦେବାକୁ ଏସପିଙ୍କୁ ଭେଟି ଦାବି କରିଛନ୍ତି।
