Monday, September 21, 2026
27.3 C
Odisha

    ପର୍ସରେ ରଖନ୍ତୁ ଏହି ଶୁଭ ଜିନିଷ, ଧନ ଆସିବାର ଖୋଲିଯିବ ବାଟ

    ଆଗକୁ ପଢନ୍ତୁ

    ବାସ୍ତୁ ଅନୁସାରେ ପର୍ସକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ କିଛି ଜିନିଷ ଧନକୁ ଆକର୍ଷିତ କରେ। ଏହି ଶୁଭ ଜିନିଷଗୁଡ଼ିକୁ ଆପଣଙ୍କ ପର୍ସରେ ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଆର୍ଥିକ ଅସୁବିଧା ଦୂର ହୋଇପାରିବ। ଆପଣଙ୍କ ପର୍ସରେ ରଖିବା ପାଇଁ ଶୁଭ ଜିନିଷଗୁଡ଼ିକ ବିଷୟରେ ଜାଣନ୍ତୁ ।

    ପିପଳି ପତ୍ର ରଖନ୍ତୁ :

    ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ବିଷ୍ଣୁ ପିପଳି ଗଛରେ ବାସ କରନ୍ତି । ତେଣୁ, ଆପଣଙ୍କ ପର୍ସରେ ପିପଳି ପତ୍ର ରଖିବା ଖୁବ୍ ଶୁଭ ବୋଲି ବିବେଚନା କରାଯାଏ । ଏକ ସତେଜ ପିପଳି ପତ୍ର ନିଅନ୍ତୁ ଏବଂ ଏହାକୁ ଗଙ୍ଗା ଜଳରେ ପବିତ୍ର କରନ୍ତୁ। କେସର କିମ୍ବା ଚନ୍ଦନ ସହିତ ଶ୍ରୀ ଲେଖନ୍ତୁ। ଏହା ପରେ ପତ୍ରକୁ ଶୁଖାଇ ଆପଣଙ୍କ ପର୍ସରେ ସୁରକ୍ଷିତ ଭାବରେ ରଖନ୍ତୁ । ଯାହା ଦ୍ବାରା ଧନକୁ ଆଗମନ କରେ ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ କରେ ।

    କଉଡି ରଖନ୍ତୁ :

    ଧଳା ଏବଂ ହଳଦିଆ କଉଡିକୁ ଶୁଭ ବୋଲି କୁହାଯାଏ । ଯାହା ସମୁଦ୍ର ମନ୍ଥନବେଳେ ଉତ୍ପନ୍ନ ହୋଇଥିଲା । ତେଣୁ କଉଡି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ମା ଲକ୍ଷ୍ମୀଙ୍କ ପାଦରେ କଉଡି ଛୁଆଁଇ ଏହାକୁ ପର୍ସରେ ରଖିବା ଦ୍ବାରା ଆର୍ଥିକ କଷ୍ଟ ଏବଂ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ପର୍ସରେ ଲକ୍ଷ୍ମୀ ଓ ଗଣେଶ ଖୋଦିତ ରୂପା ମୁଦ୍ରା ମଧ୍ୟ ରଖିପାରିବେ । ଯାହା ଆପଣଙ୍କୁ ସମାନ ଫଳ ଦେବ ।

    ଅକ୍ଷତ ଏବଂ ଗୋମତି ଚକ୍ର :

    ଅକ୍ଷତକୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଆପଣଙ୍କ ପର୍ସରେ ଲାଲ କପଡା କିମ୍ବା ଲାଲ କାଗଜରେ ୨୧ ଟି ଚାଉଳ ଦାନା ବାନ୍ଧି ରଖିଲେ ଧନ ପ୍ରାପ୍ତିରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ । ଗୋମତୀ ଚକ୍ରକୁ ଧନ ବୃଦ୍ଧି ଏବଂ ଋଣମୁକ୍ତି ପାଇଁ ଏକ ଶୁଭ ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ । ଗୋମତୀ ଚକ୍ର ସହିତ ଆପଣଙ୍କ ପର୍ସରେ ଏକ ଛୋଟ ଓମ୍, ସ୍ୱସ୍ତିକ ଫଟୋ ରଖିବା ଦ୍ବାରା ଆର୍ଥିକ ଲାଭ ମିଳିଥାଏ ।

    ଏହା ବ୍ୟତୀତ ଫଟା ନୋଟ୍, ପୁରୁଣା ବିଲ୍, ଅଦରକାରୀ କାଗଜପତ୍ର ଏବଂ କ୍ରେଡିଟ୍ ସ୍ଲିପ୍ ପର୍ସରେ ରଖିବା ଉଚିତ୍ ନୁହେଁ । ଏପରି ଜିନିଷ ଆର୍ଥିକ ଅବ୍ୟବସ୍ଥା ଏବଂ ନକାରାତ୍ମକତାକୁ ବୃଦ୍ଧି କରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.3 ° C
    27.3 °
    27.3 °
    85 %
    1.5kmh
    96 %
    Mon
    27 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ