Wednesday, May 20, 2026
44.1 C
Odisha

    ସୂର୍ଯ୍ୟାସ୍ତ୍ର ରକେଟ୍ ର ସଫଳ ପରୀକ୍ଷଣ, ଶତ୍ରୁର ସଠିକ୍ ଠିକଣା ଉପରେ କରିବ ଲକ୍ଷ୍ୟଭେଦ

    ଆଗକୁ ପଢନ୍ତୁ

    ଚାନ୍ଦିପୁର : ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆଉ ଏକ ବଡ଼ ଉପଲବ୍ଧି । ଓଡ଼ିଶାର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR) ଠାରେ ଘରୋଇ ପ୍ରତିରକ୍ଷା ସଂସ୍ଥା ନାଇବ ଲିମିଟେଡ୍ ଦ୍ୱାରା ନିର୍ମିତ ଦୂରଗାମୀ ରକେଟ୍ ପ୍ରଣାଳୀ ‘ସୂର୍ଯ୍ୟାସ୍ତ୍ର’ ର ସଫଳ ପରୀକ୍ଷଣ କରାଯାଇଛି । ଏହି ରକେଟ୍ ସମ୍ପୂର୍ଣ୍ଣ ସୂକ୍ଷ୍ମତା ଓ ସଠିକତାର ସହ ନିଜର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି । ଏହି ରକେଟ୍ ଶତ୍ରୁର ବଙ୍କର, କମାଣ୍ଡ ସେଣ୍ଟର ଏବଂ ସୈନ୍ୟ ଠିକଣା ଉପରେ ସଠିକତାର ସହିତ ଲକ୍ଷ୍ୟଭେଦ କରି ନଷ୍ଟ କରିବ ।

    ସୂର୍ଯ୍ୟାସ୍ତ୍ର ରକେଟ୍ ସିଷ୍ଟମର ଦୁଇଟି ଭିନ୍ନ ସଂସ୍କରଣର ଟ୍ରାଏଲ୍ କରାଯାଇଥିଲା । ପରୀକ୍ଷଣ କରାଯାଇଥିବା ଦୁଇଟି ଯାକ ରକେଟରେ ଯୁଦ୍ଧକ୍ଷେତ୍ରରେ ଭିନ୍ନ ଭିନ୍ନ ଗୁରୁତ୍ୱ ରହିଛି । ପ୍ରଥମେ ୩୦୦ କିମି ଏବଂ ପରେ ୧୫୦ କିମିରେ ପରୀକ୍ଷଣ କରାଯାଇଥିଲା । ୩୦୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ରକେଟରେ ଭାରତୀୟ ସୈନ୍ୟମାନେ ଶତ୍ରୁର ସୀମାକୁ ନଯାଇ ବହୁ ଦୂରରେ ସୁରକ୍ଷିତ ରହି ଶତ୍ରୁର ଗୁପ୍ତ ରଣନୀତିକ ଆଡ୍ଡାକୁ ଧ୍ୱଂସ କରିପାରିବେ । ସେହିପରି ୧୫୦ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ରକେଟ୍ ଯୁଦ୍ଧକ୍ଷେତ୍ରର ନିକଟବର୍ତ୍ତୀ ଅଞ୍ଚଳରେ ଶତ୍ରୁକୁ ରୋକିବା ଏବଂ କ୍ରିଟିକାଲ୍ ଅପରେସନ ପାଇଁ ବ୍ୟବହାର କରାଯିବ ।

    ସୂର୍ଯ୍ୟାସ୍ତ୍ର ହେଉଛି ଏକ ଦୂରଗାମୀ ଗାଇଡେଡ୍ ରକେଟ୍ ଆର୍ଟିଲାରୀ ସିଷ୍ଟମ୍ । ଶତ୍ରୁ ପକ୍ଷର ସୀମା ଭିତରକୁ ପଶି ସେମାନଙ୍କର ପ୍ରମୁଖ ସେନା ଘାଟି, କମାଣ୍ଡ ସେଣ୍ଟର, ରାଡାର୍ ଷ୍ଟେସନ ଏବଂ ଯୋଗାଣ କେନ୍ଦ୍ର ଉପରେ ସଠିକ୍ ଆକ୍ରମଣ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ଏହି ରକେଟ ସିଷ୍ଟମରେ ଭାରତୀୟ ସେନାର ଶକ୍ତି ବଢିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    44.1 ° C
    44.1 °
    44.1 °
    10 %
    4.1kmh
    100 %
    Wed
    43 °
    Thu
    45 °
    Fri
    45 °
    Sat
    45 °
    Sun
    45 °

    ସମ୍ବନ୍ଧିତ