Thursday, October 15, 2026
28 C
Odisha

    ମହାପଞ୍ଚମୀରେ ଚଳଚଞ୍ଚଳ ମା’ ବିରଜାଙ୍କ ପୀଠ, ଆଜି ମା’ଙ୍କ ସୁନାବେଶ

    ଆଗକୁ ପଢନ୍ତୁ

    ଯାଜପୁର : ଧରାପୃଷ୍ଠରେ ଅବତରଣ କରିବେ ଜଗଦଜନନୀ ମାଆ ଦୁର୍ଗା । ଆଜି ପବିତ୍ର ମହାପଞ୍ଚମୀ ପୂଜା । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତ ବର୍ଷ ର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ । ଏହି ନବରାତ୍ର ଅବସରରେ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନେ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ଭକ୍ତମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଆଜି ମାଙ୍କ ପୀଠରେ ମହାପଞ୍ଚମୀ ଅବସରରେ ମହାସ୍ନାନ ସହ ସୁନାବେଶ ଅନୁଷ୍ଠିତ ହେବାସହ ରାତ୍ରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ।

    ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ପ୍ରତିପଦ ଠାରୁ ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ଆରମ୍ଭ ହୋଇଛି । ଅପରାହ୍ନ ରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିର ପ୍ରଶାସନ ପକ୍ଷ ରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ