Sunday, October 18, 2026
24 C
Odisha

    ପୁଲିସ୍ ପଞ୍ଝାରେ ଲେଡି ଲୁଟେରା ଗ୍ୟାଙ୍ଗ୍ ର ୪ ମହିଳା

    ଆଗକୁ ପଢନ୍ତୁ

    ଅନୁଗୋଳ : ଅନୁଗୋଳ ପୁଲିସ୍ ପଞ୍ଝାରେ ଲେଡି ଲୁଟେରା ଗ୍ୟାଙ୍ଗ୍। ବାହୁଡ଼ା ଯାତ୍ରାରେ ଛିନ୍‌ତାଇ କରି ଆତଙ୍କ ଖେଳାଇଥିବା ଗ୍ୟାଙ୍ଗ୍‌ର ୪ ଜଣ ମହିଳା ଓ ଜଣେ ପୁରୁଷ ଅଭିଯୁକ୍ତକୁ ବାନ୍ଧିଛି ଅନୁଗୋଳ ଟାଉନ୍ ଥାନା ପୁଲିସ୍। ସମସ୍ତ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶରେ। ବାହୁଡ଼ା ଭିଡ଼ର ଫାଇଦା ନେଇ ଲୁଟପାଟ୍ କରିବାକୁ ଏହି ଗ୍ୟାଙ୍ଗ୍ ଆସିଥିଲେ। ପୁଲିସ୍ ସେମାନଙ୍କ ଠାରୁ ୨୩ ହଜାର ୩୦୦ ଟଙ୍କା, ୫ଟି ମୋବାଇଲ, ଗୋଟିଏ ସୁନା ମୁଦି ଓ ୪ଟି ଭ୍ୟାନିଟି ବ୍ୟାଗ୍ ଜବତ କରିଛି। ସୂଚନା ମୁତାବକ, ଶୈଳଶ୍ରୀକ୍ଷେତ୍ର ବାହୁଡ଼ାଯାତ୍ରାରେ ଗତକାଲି ପ୍ରବଳ ଜନ ସମାଗମ ହୋଇଥିଲା ।

    ଭିଡ଼ ଭିତରେ ମହିଳା ଲୁଟେରାମାନେ ଲୁଟ୍‌ପାଟ କରିଥିଲେ । କାହାର ମନି ପର୍ସ ତ ଆଉ କାହାର ମୋବାଇଲ୍ ଝାମ୍ପି ନେଇଥିଲେ। ମାତ୍ର ସାଦା ପୋଷାକରେ ଘୁରି ବୁଲୁଥିବା ପୁଲିସ୍‌ର ତୀକ୍ଷ୍ଣ ନଜରରୁ ଖସି ପାରିନଥିଲେ ଏହି ଲୁଟେରା ଗ୍ୟାଙ୍ଗ। ସ୍ପେସାଲ୍ ସ୍କ୍ୱାଡ ପୁଲିସ୍ ଜଣଙ୍କ ପରେ ଜଣେ ମହିଳା ଲୁଟେରାକୁ କାବୁ କରିବା ପରେ ଗ୍ୟାଙ୍ଗ୍‌ର ସୁରାକ୍ ପାଇଥିଲା ।

    ସମ୍ପୂର୍ଣ ଗ୍ୟାଙ୍ଗ୍‌କୁ ଧରିବାକୁ ପୁଲିସ୍ ଜାଲ ବିଛାଇଥିଲା । ପ୍ରଥମ ଲୁଟେରାକୁ ଠାବ କରିବା ପରେ ତା’କୁ କାବୁ କରିନଥିଲା। ବରଂ ସେ କାହା ସହିତ ମିଳାମିଶା କରୁଛି, ନଜର ରଖିଥିଲା । ପୁଲିସ୍‌ର ଏକ ଟିମ୍ ସମସ୍ତ ମହିଳା ଲୁଟେରାଙ୍କୁ ପିଛା କରିବା ପରେ ସମ୍ପୂର୍ଣ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି। ବିଶେଷ କରି ବାହୁଡା ଯାତ୍ରାରେ ଲୁଟପାଟ୍ କରିବାକୁ ଏହି ଗ୍ୟାଙ୍ଗ୍ ଆସିଥିବା ପୁଲିସ୍ କହିଛି। ଶନିବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ