Saturday, March 7, 2026
29.5 C
Odisha

    ଫୋର ଟୋଣ୍ଟି ମହିଳା ଗିରଫ

    ଆଗକୁ ପଢନ୍ତୁ

    ଉଦଳା : ନିଜକୁ ଶ୍ରମ ବିଭାଗର ବଡ଼ ଅଧିକାରୀ କହି ମହିଳାମାନଙ୍କୁ ଟାର୍ଗେଟ କରି ଲୁଟୁଥିଲା ମହିଳା । ହେଲେ ଅଭିଯୋଗ ପରେ ଖୋଲିଯାଇଛି ଫୋର ଟୋଣ୍ଟି ମହିଳାଙ୍କ ଅସଲ ମୁଖା । ଆଉ ଏବେ ପୋଲିସ କବଜାରେ ଠକ ମହିଳା । ଉକ୍ତ ମହିଳାଙ୍କୁ ଭୁବନେଶ୍ୱରରୁ ଉଠାଇ ଆଣିଛି କପ୍ତିପଦା ପୋଲିସ । କେଉଁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳର ବିନୋଦିନୀ ନାୟକ ନିଜକୁ ଶ୍ରମ ବିଭାଗର ଅଧିକାରୀ କହିବା ସହିତ ମହିଳାଙ୍କୁ ଲୋନ କରାଇ ଦେବେ ବୋଲି କହି କପ୍ତିପଦା ଥାନା ପରାସୀବାଡ଼ି ଅଂଚଳରୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଯାଇଥିଲେ । ହେଲେ ତାହା ଫେରାଇ ନ ଥିଲେ କି ଋଣ ମଧ୍ୟ କରାଇ ଦେଇ ନ ଥିଲେ । ଯାହାକୁ ନେଇ ଠକାମୀର ଶିକାର ହୋଇଥିବା ମହିଳା କପ୍ତିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

    ତଦନ୍ତ ପରେ ୪୨୦ ମହିଳାଙ୍କୁ ଭୁବନେଶ୍ୱର ହଂସପାଳ ଅଞ୍ଚଳ ରୁ ଉଠାଇ ଆଣି ଥାନାରେ ତଦନ୍ତ କରିବା ପରେ ସୁଧାରଗୃହକୁ ପଠେଇଛି । ତଦନ୍ତ ପରେ ପୋଲିସ ମହିଳାଙ୍କ ଠକାମୀ ତାଲିକା ଦେଖି ତାଜୁବ ହୋଇଥିଲା । ମହିଳା ବିନୋଦିନୀ ନାୟକ କପ୍ତିପଦା ଥାନା ସମେତ ଉଦଳା, ଭଂଜପୁର, ଖାରବେଳନଗର ଥାନା,ବାଲିପାଟଣା ଥାନାରେ ରହି ଠକାମୀ କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହା ସହିତ ନିଜେ ବଞ୍ଚିବା ପାଇଁ ୩୦ ରୁ ଅଧିକ ସିମ କାର୍ଡ ବ୍ୟବହାର କରିବା ସହିତ ବାରମ୍ବାର ନିଜର ଠିକଣା ବଦଳାଇ ଚାଲିଥିଲା ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ