Tuesday, September 29, 2026
23.6 C
Odisha

    ରାଜଧାନୀ ଭୁବନେଶ୍ୱରରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜଧାନୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ସହରସାରା ଯାଞ୍ଚ ଚାଲିଥିବା ବେଳେ ଗତକାଲି ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତା ବରମୁଣ୍ଡା ଠାରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପ୍ରାୟ ୩୦ ମିନିଟ କାଳ ଆତଙ୍କ ଖେଳାଇଛି। ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଠାରୁ ମୋବାଇଲ ଫୋନ୍ ଓ ମନିପର୍ସ ଲୁଟ୍ ଉଦ୍ୟମ କରିଛି। ଲୁଟ୍ ଉଦ୍ୟମ ବେଳେ ସ୍ଥାନୀୟ ଜଣେ ଯୁବକ ସାହସ କରି ଦୁର୍ବୃତ୍ତଙ୍କୁ କାବୁ କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଦୁର୍ବୃତ୍ତକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି।
    ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ ଟା ବେଳେ ବରମୁଣ୍ଡା-ଖଣ୍ଡଗିରି ସର୍ଭିସ ରାସ୍ତାରେ କିଛି ଲୋକ ବସ୍‌କୁ ଅପେକ୍ଷା କରିଥିଲେ। ହଠାତ୍ ଜଣେ ଯୁବକ ସେଠାରେ ପହଞ୍ଚିଥିଲା। ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଥିଲା। ବନ୍ଧୁକ ଦେଖିବା ପରେ ଲୋକେ ଭୟଭୀତ ହୋଇ ଏଣେତେଣେ ପଳାଇ ଯାଇଥିଲେ। ସେହି ସମୟରେ ଜଣେ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ମୋବାଇଲ ଓ ମନିପର୍ସ ଛଡ଼ାଇବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିଲା। କେହି ଜଣେ ବି ଦୁର୍ବୃତ୍ତ ନିକଟକୁ ଯିବାକୁ ସାହସ ଜୁଟାଇ ପାରିନଥିଲେ। ସେହି ସମୟରେ ଜଣେ ଯୁବକ କୌଶଳ କରି ଦୁର୍ବୃତ୍ତକୁ ପଛପଟୁ ମାଡ଼ି ବସି ହାତରୁ ବନ୍ଧୁକ ଛଡ଼ାଇ ଆଣିଥିଲେ। ଏହାପରେ ସ୍ଥାନୀୟ ଲୋକ ଘେରି ଯାଇଥିଲେ। ଫଳରେ ଦୁର୍ବୃତ୍ତ ଜଣକ ଖସି ପାରିନଥିଲା। ଦୁର୍ବୃତ୍ତ ଜଣକୁ କାବୁ କରି ପୁଲିସକୁ ଲୋକେ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ଓ ଭରତପୁର ଥାନା ପୁଲିସ ପହଞ୍ଚିଥିଲା। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ପୁଲିସ ବନ୍ଧୁକ ସହ ଦୁର୍ବୃତ୍ତ ଜଣକୁ ଥାନାକୁ ଆଣି ପଚରାଉଚରା କରୁଛି। ଦୁର୍ବୃତ୍ତ ନିକଟରୁ କିଛି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏଗୁଡ଼ିକ ଲୁଟ୍‌ ହୋଇଥିବା ମୋବାଇଲ ଫୋନ ବୋଲି ଜଣାପଡ଼ିଛି।  ଦୁର୍ବୃତ୍ତଜଣକ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରି ଲୁଟ୍ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଏହି ବନ୍ଧୁକ ସେ କେଉଁଠୁ ଆଣିଲା, ସେଥିରେ କେତେ ରାଉଣ୍ଡ ଗୁଳି ଅଛି, ତାହା ସତ ବନ୍ଧୁକ କି ନାହିଁ; ସେନେଇ ପୁଲିସ୍ ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ