Thursday, August 13, 2026
27.5 C
Odisha

    ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ବାପାର କୁରାଢ଼ୀ ଚୋଟରେ ପୁଅର ମୃତ୍ୟୁ । ଆତ୍ମସମର୍ପଣ କଲା ବାପା । ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗାଁରୁ ଆସିଛି ଅଭିଯୋଗ । ଅନାମ ବାଉଁଶିଆ ନିଜ ବଡପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି । ଗତକାଲି ସନ୍ଧ୍ୟା ୯ଟା ବେଳେ ବାପା ଅନାମ ବାଉଁଶିଆ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଆସି ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ । ପୁଅ ଗୋଇଁଠା ମାରିବାରୁ ବାପା ରାଗି ଯାଇ ଏକ କୁରାଢ଼ୀରେ ହାଣି ତାକୁ ହତ୍ୟା କରିଥିଲେ । ପରେ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ଠାକୁରମୁଣ୍ଡା ଥାନା ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଦ୍ଵାରା ଆଜି ତଦନ୍ତ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ