Sunday, August 16, 2026
24.5 C
Odisha

    ବାରମ୍ବାର କ୍ଷୀର ଉତୁରୁଛି କି? ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ବଡ଼ କ୍ଷତି

    ଆଗକୁ ପଢନ୍ତୁ

    ଆମ ଘରେ ଅନେକ କିଛି ଘଟେ । ପ୍ରାୟତଃ  ଅନେକ ସମୟରେ କ୍ଷୀର ଗରମ କରିବା ସମୟରେ ଉତୁରି ଯାଇଥାଏ । ଯାହାକୁ ଆମେ ଅସାବଧାନତା ବୋଲି ଭାବିଥାଉ । କିନ୍ତୁ ଏହା ସହିତ ବାସ୍ତୁ ନିୟମ ଯୋଡି ହୋଇ ରହିଛି । ରୋଷେଇ ଘରର ଏହି ଛୋଟ ଘଟଣା ଆପଣଙ୍କ ଜୀବନ, ​​ମାନସିକ ଶାନ୍ତି ଏବଂ ଆପଣଙ୍କ ପକେଟ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇପାରେ ।  ବାରମ୍ବାର କ୍ଷୀର ଉତୁରିବାର କାରଣ , ସଙ୍କେତ ଏବଂ ଭବିଷ୍ୟତରେ କଣ ପ୍ରଭାବ ପକାଏ ଆସନ୍ତୁ ସେ ସମ୍ପର୍କରେ  ଜାଣିବା  ।

    ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ସହିତ କ୍ଷୀର ସିଧାସଳଖ ଜଡିତ । ଯାହା ଆମ ମନ, ଶାନ୍ତି ଓ ଭାବନା ସହିତ ଜଡିତ । ଯଦି ବାରମ୍ବାର କ୍ଷୀର ଫୁଟି ଉତୁରି ପଡେ ତେବେ କୁଣ୍ଡଳୀରେ ଚନ୍ଦ୍ର ଦୋଷକୁ ସୂଚିତ କରେ । ଏହା ଆଗାମୀ ଦିନରେ ମାନସିକ ଅସ୍ଥିରତା, ଅନାବଶ୍ୟକ ଚାପ ଏବଂ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରିପାରେ ।

    ବାସ୍ତୁ ଶାସ୍ତ୍ର ଅନୁସାରେ , ନିଆଁରେ କ୍ଷୀର ଢାଳିବା ଅଗ୍ନି ଏବଂ ଚନ୍ଦ୍ର ମଧ୍ୟରେ ସଂଘର୍ଷକୁ ସୂଚିତ କରେ । ଯଦି ଏହା ବାରମ୍ବାର ଘଟେ ତେବେ ପରିବାର ସଦସ୍ୟଙ୍କ ମଧ୍ୟରେ ବୈଚାରିକ ପାର୍ଥକ୍ୟ ବଢ଼ିବାକୁ ଲାଗେ । ସାମାନ୍ୟ କଥାରେ ଯୁକ୍ତିତର୍କ, ଅନାବଶ୍ୟକ ଉତ୍ତେଜନା ଏବଂ ଘରୋଇ କଳହ ହେବାର ସମ୍ଭାବନା ଥାଏ । କ୍ଷୀରକୁ ସମୃଦ୍ଧିର ପ୍ରତୀକ ବୋଲି ମଧ୍ୟ ବିବେଚନା କରାଯାଏ । ଏଥିସହିତ ବାସ୍ତୁ ଅନୁସାରେ, ବାରମ୍ବାର ଫୁଟୁଥିବା କ୍ଷୀରକୁ ଭୂମି କିମ୍ବା ଚୁଲିରେ ଢାଳିବା ଆର୍ଥିକ କ୍ଷତି ସହିତ ଜଡିତ ଥାଏ ।  ଅପ୍ରତ୍ୟାଶିତ ଖର୍ଚ୍ଚ କିମ୍ବା ନିବେଶରେ ସମ୍ଭାବ୍ୟ କ୍ଷତିର ସମ୍ମୁଖୀନ ହେବେ ବୋଲି ସଙ୍କେତ ଦେଇଥାଏ ।

    କ୍ଷୀର ଉତୁରିବା ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ । ଏହା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ବିଶ୍ୱାସ କରାଯାଏ । ବିଶେଷକରି ଆପଣଙ୍କ ମାଆଙ୍କ ଉପରେ ପ୍ରଭାବ ପଡିଥାଏ । ଯଦି ଏମିତି ବାରମ୍ବାର ହେଉଛି ତେବେ ଏଥିପ୍ରତି ସତର୍କ ରୁହନ୍ତୁ ।

    ଯଦି ଆପଣ କୌଣସି ବିଶେଷ କାର୍ଯ୍ୟ, ସାକ୍ଷାତକାର କିମ୍ବା ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ସେହି ମୁହୂର୍ତ୍ତରେ କ୍ଷୀର ଉତୁରି ଯାଉଛି ତେବେ ତାହାକୁ ଅଶୁଭ ଲକ୍ଷଣ ହୋଇଥାଏ । ଯାହା ଚାଲୁଥିବା କାମରେ ବାଧା ସୃଷ୍ଟି ହୋଇପାରେ ବୋଲି ସଙ୍କେତ ଦେଇଥାଏ  । ଯଦି ଏମିତି ସମସ୍ୟା ଆପଣଙ୍କ ଘରେ ଲାଗି ରୁହେ ତେବେ ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଉପଚାର ମାଧ୍ୟମରେ ଏହି ନକରାତ୍ମକ ପ୍ରଭାବ ଦୂର କରିପାରିବେ ।

    ପ୍ରତିକାର :

    ଚନ୍ଦ୍ରଙ୍କୁ ଜଳ ଅର୍ପଣ କରନ୍ତୁ – ପ୍ରତି ସୋମବାର ଦିନ ପୂର୍ଣ୍ଣିମାରେ ଚାନ୍ଦି ପାତ୍ରରେ କ୍ଷୀର ମିଶ୍ରିତ ଜଳ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଯାହା ଦ୍ବାରା ଚନ୍ଦ୍ର ଦୋଷ କଟି ମାନସିକ ଶାନ୍ତି ପ୍ରଦାନ କରିଥାଏ ।

    ଧଳା ଜିନିଷ ଦାନ କରନ୍ତୁ – ସୋମବାର ଦିନ ଅଭାବୀ ବ୍ୟକ୍ତିଙ୍କୁ କ୍ଷୀର, ଚାଉଳ, ଚିନି କିମ୍ବା ଧଳା ବସ୍ତ୍ର ଦାନ କରନ୍ତୁ ।

    କର୍ପୁର ଉପଚାର – ଯଦି କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରୁଛନ୍ତି କ୍ଷୀର ଢାଳିଯାଉଛି ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ପ୍ରତିକାର ସ୍ବରୂପ ଭଗବାନଙ୍କ ସାମ୍ନାରେ କର୍ପୁର ଜଳାନ୍ତୁ, କିଛି ମିଠା ଜିନିଷ ଅର୍ପଣ କରି ଭୁଲ ପାଇଁ କ୍ଷମା ମାଗି ଘରୁ ବାହାରନ୍ତୁ  ।

    ରୋଷେଇ ଘରର ଦିଗ ଏବଂ ପରିଚ୍ଛନ୍ନତା – କ୍ଷୀର ଫୁଟାଇବା ସମୟରେ ସବୁବେଳେ ପୂର୍ବ ଦିଗକୁ ମୁହଁ କରନ୍ତୁ । ଏହା ସହିତ ରୋଷେଇ ଘରର ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ କୋଣକୁ ସବୁବେଳେ ସଫା ରଖନ୍ତୁ କାରଣ ଏହି କୋଣଗୁଡିକ ଘରର ଶାନ୍ତି ଏବଂ ଅଗ୍ନି ସହିତ ସିଧାସଳଖ ଭାବେ ଜଡିତ ହୋଇ ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    96 %
    1.1kmh
    100 %
    Sun
    25 °
    Mon
    23 °
    Tue
    26 °
    Wed
    29 °
    Thu
    30 °

    ସମ୍ବନ୍ଧିତ