Wednesday, April 15, 2026
34.3 C
Odisha

    ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଆଜି ନାମାଙ୍କନ ଭରିବେ ନୀତିନ ନବୀନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ନେତା ତଥା ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୀତିନ ନବୀନ ଆଜି ବିଜେପି ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବେ । ତାଙ୍କ ନାମାଙ୍କନକୁ ନେଇ ବିଜେପି ସାଂସଦ ସଂଜୟ ଜୟସୱାଲ କହିଛନ୍ତି, ପ୍ରଥମ ଥର ବିହାରରୁ କୌଣସି ବ୍ୟକ୍ତି ରାଷ୍ଟ୍ରୀୟ ଦଳର ଅଧ୍ୟକ୍ଷ ଦେବାକୁ ଯାଉଛନ୍ତି । ଆଜି ନାମାଙ୍କନ ଭରିବେ ନୀତିନ ନବୀନ ।

    ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନୀତିନ ନବୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ । ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ଦଳର ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ସେହି ଦିନଠାରୁ ଅନୁମାନ କରାଯାଉଥିଲା ନୀତିନ ନବୀନ ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି । ନୀତିନ ନବୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିବେ । ସେ ହିଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ।  ଜାନୁଆରୀ ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ ହେବ । ୫ଟାରୁ ୬ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ହେବ । ଆବଶ୍ୟକ ପଡିଲେ ଭୋଟିଂ ହେବ । ୨୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ