Monday, August 24, 2026
24.5 C
Odisha

    ଭୁବନେଶ୍ବର ରେଳ ଷ୍ଟେସନରେ ବର୍ତ୍ତିଗଲା ବଡ଼ ଅଘଟଣ, ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ପୁଣି ରେଳ ବିଭାଗର ବଡ଼ ତ୍ରୁଟି ଅଭିଯୋଗ । ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ । ଟଳିଲା ବଡ଼ ଅଘଟଣ । ରାଜ୍ୟର ସବୁଠୁ ବଡ଼ ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଅଘଟଣ । ଭୁବନେଶ୍ବର ଝାରପଡ଼ା ବ୍ରିଜ୍ ନିକଟରେ ପରି ଘଟଣା ଘଟିଛି । ଟ୍ରାକରେ ଗୋଟିଏ ଟ୍ରେନ ଠିଆ ହୋଇଥିବାବେଳେ ସାମ୍ନାପଟୁ ଆସିଲା ଆଉ ଏକ ଟ୍ରେନ । ବେଗ କମ୍ ଥିବାରୁ ଟଳିଗଲା ବଡ଼ ଦୁର୍ଘଟଣା । ଭୟରେ ଟ୍ରେନରୁ ଓହ୍ଲାଇ ପଡିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସିଗନାଲ୍ ତ୍ରୁଟି ପାଇଁ ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁ ମୁହିଁ ହୋଇଥିବା ଜଣାପଡିଛି।

    ଅନ୍ୟପଟେ ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କିପରି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆସିଲା ? କିଛି ଅଘଟଣ ଘଟିଛି ? ଏଥିପାଇଁ କାହାର ଭୁଲ୍ ? ସେନେଇ ଖୋଳତାଡ କରୁଛି ରେଳବାଇ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    94 %
    1.3kmh
    100 %
    Sun
    24 °
    Mon
    27 °
    Tue
    28 °
    Wed
    28 °
    Thu
    26 °

    ସମ୍ବନ୍ଧିତ