ଜଳେଶ୍ୱର : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ପ୍ରବଳ ବର୍ଷା ଓ ପବନ ପାଇଁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ମତ୍ସ୍ୟବିଭାଗ । ଏପ୍ରିଲ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ମନା କରାଯାଇଛି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ସମୂଦ୍ର ଅଶାନ୍ତ ରହିଛି । ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ଆଜି ରାତି ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ମତ୍ସ୍ୟ ବିଭାଗର ନିର୍ଦ୍ଦେଶ ଅବମାନନା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ବଙ୍ଗୋପସାଗାରରେ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି ।
ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ପ୍ରବଳ ହେବା ସମ୍ଭାବନା ରହିଛି । ଏନେଇ ଉଦୟପୁର, ତାଳସାରି, ରଣସିଂହପୁର, କୀର୍ତିନିଆ ଆଦି ସ୍ଥାନରେ ମତ୍ସ୍ୟଜୀବିମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଚନ୍ଦନେଶ୍ୱର ମତ୍ସ୍ୟବିଭାଗ ପକ୍ଷରୁ ସଚେତନ କରାଯାଇଛି । ଏହା ସହ ପ୍ରବଳ ପବନରେ ଡଙ୍ଗାକୁ ଡଙ୍ଗା ବାଡ଼େଇ ବାରେ ସମ୍ଭାବନା ଥିବା ବେଳେ ମାଛ ଧରା ଜାଲ ଓ ସମସ୍ତ ସାମଗ୍ରୀ ଡ଼ଙ୍ଗା ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ କୁହାଯାଇଛି । ଆଉ ଏହାକୁ କେହି ମତ୍ସ୍ୟଜୀବୀ ଅଵମାନନା କରି ଯଦି ସମୁଦ୍ରକୁ ଯାନ୍ତି , ତେବେ ତାଙ୍କ ଉପରେ ମତ୍ସ୍ୟବିଭାଗ ପକ୍ଷରୁ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
