Sunday, September 20, 2026
24.1 C
Odisha

    ମହାକାଶରୁ ଏତେ ଚମତ୍କାର ଦେଖାଯାଉଛି ଭାରତ !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ପ୍ରଥମ ମହାକାଶଚାରୀ ଓ୍ବିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କୁ ଯେତେବେଳେ ୧୯୮୪ ଏପ୍ରିଲ ୩ ତାରିଖରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପଚାରିଥିଲେ ଯେ ମହାକାଶରୁ ଭାରତ କିପରି ଦିଶୁଛି ? ଏହାର ଉତ୍ତରରେ ରାକେଶ ଶର୍ମା କହିଥିଲେ ଯେ “ସାରେ ଜାହାଁସେ ଅଚ୍ଛା,, ହିନ୍ଦୋସ୍ତାଁ ହମାରା”, ଅର୍ଥାତ୍ ସବୁ ଦେଶଙ୍କଠାରୁ ଆମ ହିନ୍ଦୁସ୍ତାନ ସବୁଠାରୁ ସୁନ୍ଦର । ଚଳିତ ବର୍ଷ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ମଧ୍ୟ କହିଥିଲେ ଯେ ମହାକାଶରୁ ଭାରତ ଚମତ୍କାର ଲାଗୁଛି ।

    ଏହି ଉକ୍ତିକୁ ସତ ବୋଲି ପୁଣି ଥରେ ପ୍ରମାଣିତ କରିଛି ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ । ଆଇଏସଏସ  ଏହାର ଏକ୍ସ ଆକାଉଣ୍ଟରେ ମହାକାଶରୁ ଉଠାଯାଇଥିବା ପୃଥିବୀର କିଛି ସୁନ୍ଦର ଫଟୋ ସେୟାର କରିଛି। ଏଗୁଡ଼ିକରେ ଭାରତର ଏକ ବହୁତ ସୁନ୍ଦର ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ। ଏହି ଚିତ୍ରରେ ଆମ ଦେଶ ରାତିରେ ତାରା ଚାଦର ତଳେ ଝଲସୁଥିବା ଦେଖାଯାଉଛି। ଏହା ଏପରି ଏକ ଚିତ୍ର ଯାହାକୁ ଦେଖିବା ପରେ ଆପଣ ମଧ୍ୟ ମୋହିତ ହୋଇଯିବେ। ଏହି ଫଟୋଗୁଡ଼ିକୁ ସେୟାର କରି ଆଇଏସଏସ କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ଆପଣ ଉପରେ ତାରା, ତଳେ ସହରଗୁଡ଼ିକର ଆଲୋକ ଏବଂ ପୃଥିବୀର ଦିଗନ୍ତରେ ବାୟୁମଣ୍ଡଳର ଆଭା ଦେଖନ୍ତି।’

    ଏହି ପୋଷ୍ଟରେ ଆଇଏସଏସ ୪ଟି ଫଟୋ ସେୟାର କରିଛି। ଏହି ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ମଧ୍ୟ-ପଶ୍ଚିମ ଆମେରିକାର, ଦ୍ୱିତୀୟ ଚିତ୍ରଟି ଭାରତର, ତୃତୀୟ ଚିତ୍ରଟି ଦକ୍ଷିଣ-ପୂର୍ବ ଏସିଆର ଏବଂ ଚତୁର୍ଥ ଚିତ୍ରଟି କାନାଡାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.1 ° C
    24.1 °
    24.1 °
    96 %
    1.7kmh
    93 %
    Sat
    24 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ