Monday, August 31, 2026
24.3 C
Odisha

    ମାଓ ମୁକ୍ତ ହେଲା ରାୟଗଡ଼ା ଜିଲ୍ଲା, ଆତ୍ମସମର୍ପଣ କଲେ ୧୫ ମାଓବାଦୀ

    ଆଗକୁ ପଢନ୍ତୁ

    ରାୟଗଡ଼ା: ଭୁଶୁଡୁଛି ଲାଲଗଡ଼। ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା ।  ଆତ୍ମସମର୍ପଣ କରିଛନ୍ତି ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ । ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।  ଏନେଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ଏକ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

    ସେମାନଙ୍କ ନିକଟରୁ ୧୪ଟି ବନ୍ଧୁକ, ୨ଟି ଏକେ47, ୫ ଏସଏଲଆର୍ , ଗୋଟିଏ ଷ୍ଟେନଗନ୍,ଗୋଟିଏ ଇନସାସ୍ ରାଇଫଲ ସହ ଗୁଳି ଜବତ ହୋଇଛି ।  ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ । ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଆତ୍ମସମର୍ପଣକାରୀଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    97 %
    2.3kmh
    100 %
    Mon
    25 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ