Tuesday, October 13, 2026
28.9 C
Odisha

    ରଥାଯାତ୍ରା ପାଇଁ ଆକ୍ସନ ପ୍ଲାନ, କାମ ସାରିବାକୁ ଡେଡଲାଇନ୍ ଦେଲେ ମୁଖ୍ୟ ଶାସନ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରଥାଯାତ୍ରା ପାଇଁ ଆକ୍ସନ ପ୍ଲାନ । କାମ ସାରିବାକୁ ଡେଡଲାଇନ୍ ଦେଲେ ମୁଖ୍ୟ ଶାସନ ସଚିବ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର । ରୁଖୁରୁରେ ସମ୍ପନ୍ନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚତୁର୍ଥ ପ୍ରସ୍ତୁତି ବୈଠକ ହୋଇଛି । ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

    ଗୃହ ବିଭାଗ, ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ସେବା ଏବଂ ପରିମଳ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି। ତିନି ରଥର ନିର୍ମାଣ କାର୍ଯ୍ୟ ଯେପରି ନିର୍ଦ୍ଧାରିତ ଶାସ୍ତ୍ରୀୟ ବିଧି ଅନୁସାରେ ସମ୍ପୂର୍ଣ୍ଣ ହେବ, ସେଥିପାଇଁ ବୈଠକରେ ଅନୁଧ୍ୟାନ କରାଯାଇଛି। ରଥ ଖଳାରେ କାର୍ଯ୍ୟ କରୁଥିବା ମହାରଣା ଓ ଭୋଇ ସେବକମାନଙ୍କ ସୁବିଧା ପ୍ରତି ଦୃଷ୍ଟି ଦିଆଯିବା ସହ ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଯେପରି ରଥଯାତ୍ରା ଦିନ ଶୃଙ୍ଖଳିତ ଭାବେ ହେବ, ସେଥିପାଇଁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି।

    ଏଥିସହ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବଡ଼ଦାଣ୍ଡ ଏବଂ ସହରର ପ୍ରତିଟି କୋଣ ଅନୁକୋଣରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଯିବ । ଯାହାର ମନିଟରିଂ ସିଧାସଳଖ କଣ୍ଟ୍ରୋଲ ରୁମ୍ ରୁ କରାଯିବ। ବାହାରୁ ଆସୁଥିବା ଗାଡ଼ିଗୁଡ଼ିକ ପାଇଁ ସହର ବାହାରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଯେପରି ସହଜରେ ବଡ଼ଦାଣ୍ଡକୁ ଆସିପାରିବେ, ସେଥିପାଇଁ ଶୃଙ୍ଖଳିତ ଟ୍ରାଫିକ୍ ପରିଚାଳନା ଉପରେ ଏସପିଙ୍କ ସହ ଆଲୋଚନା ହୋଇଛି। ଗୁଳୁଗୁଳି ଓ ଗରମକୁ ଆଖିରେ ରଖି ବଡ଼ଦାଣ୍ଡରେ ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ଓ ଛାମୁଣ୍ଡିଆ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ଏବଂ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ