Saturday, June 13, 2026
26 C
Odisha

    ରାଜଧାନୀରେ ଉପକଣ୍ଠରେ ଚାଲିଥିଲା ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ, ୭ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ସେକ୍ସ ରାକେଟ ଠାବ, ୭ ଗିରଫ । ରାଜଧାନୀ ଉପକଣ୍ଠରେ ଚାଲିଥିଲା ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ । ଜଟଣି ଥାନା ଅଞ୍ଚଳ ରାମଚନ୍ଦ୍ରପୁର ବଜାର ନିକଟ ବେହେରା ସାହିରେ ସେକ୍ସ ରାକେଟ ଠାବ ହୋଇଛି । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ । ୪ ଯୁବତୀଙ୍କ ସହ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ସାତ ଜଣ ମଧ୍ୟରେ ଅଛନ୍ତି ୪ ଜଣ ଗ୍ରାହାକ ଓ ଜଣେ ଦଲାଲ ।

    ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ଦେହ ବେପାର ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ । କିନ୍ତୁ ସେଠାରେ ଯୁବତୀମାନଙ୍କୁ ଧନ୍ଧାମୂଳକ ଶିକ୍ଷା ଦିଆଯାଉଥିବା ଦର୍ଶାଇ କିଙ୍ଗପିନ୍ ଖସିଯାଉଥିଲେ । ପୋଲିସ ଏହି ଖବର ପାଇ ବୁଧବାର ରାତି ୮ଟା ବେଳେ ଅଚାନକ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଦେହଜୀବୀ ଓ ଗ୍ରାହକମାନେ ଅସଞ୍ଜତ ଅବସ୍ଥାରେ ଥିବା ପୋଲିସ ଦେଖିଥିଲା । ଉକ୍ତ ଘରୁ ପୋଲିସ ଏକାଧିକ ଗାଡି଼, ମୋବାଇଲ, ଟଙ୍କା ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    73 %
    1.6kmh
    83 %
    Fri
    26 °
    Sat
    39 °
    Sun
    37 °
    Mon
    41 °
    Tue
    42 °

    ସମ୍ବନ୍ଧିତ