Sunday, September 6, 2026
25.9 C
Odisha

    ରାଜଧାନୀରେ ଚାଞ୍ଚଲ୍ୟ, ଟାଟା ମୋର୍ଟର୍ସ ସାମ୍ନାରୁ ମିଳିଲା ମୁଣ୍ଡବିହୀନ ମୃତଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ଆଜି ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବରମୁଣ୍ଡା ଟାଟା ମୋର୍ଟସ ସାମ୍ନାରୁ ମିଳିଲା ମୁଣ୍ଡ ବିହୀନ ଅଜଣା ମୃତଦେହ । ଭୋର ୪ଟା ସମୟରେ କେହି ହତ୍ୟା କରି ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ମୃତକଙ୍କ ପରିଚୟ ଖୋଜିବା ସହ ଏହା ଦୁର୍ଘଟଣା ନା ହତ୍ୟା, ତାହାର ତଦନ୍ତ କରୁଛି ପୋଲିସ ।

    ଘଟଣାସ୍ଥଳ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ଏହାସହ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ବିଭିନ୍ନ ଥାନାକୁ ସୂଚନା ପଠାଇବା ସହ ନିଖୋଜ ବ୍ୟକ୍ତିଙ୍କ ତାଲିକା ଯାଞ୍ଚ କରୁଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.9 ° C
    25.9 °
    25.9 °
    87 %
    1.2kmh
    70 %
    Sun
    27 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ