Wednesday, October 7, 2026
27.2 C
Odisha

    ରାଜ୍ୟରେ ଅସହ୍ୟ କଲାଣି ତାତି, ଦିନକୁ ଦିନ ବଢୁଛି ଖରାର ପ୍ରଭାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ କଲାଣି ତାତି । ଦିନକୁ ଦିନ ବଢୁଛି ଖରାର ପ୍ରଭାବ । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡିଶା ରୁ ଉପକୂଳ ଓଡ଼ିଶା ସବୁଠି ଲୋକେ ଖରାରେ ସିଝୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତିର ତୀବ୍ରତା ଅଧିକ ଅନୁଭବ ହେଉଛି । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ତାତି ଓ ଗୁଳୁଗୁଳିରେ ଜନଜୀବନ ପ୍ରଭାବିତ । ଏହି ପରିସ୍ଥିତିରେ କେମିତି ଚାଲିଛି ଜୀବନ ଓ କେତେ ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥା ।

    ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ଖରାର ପ୍ରଭାବ ୪୦ଡିଗ୍ରୀ ପାର କରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗୁଳଗୁଳି ଦିନକୁ ଦିନ ବଢ଼ିବାରେ ଲାଗିଛି । ସକାଳ ୧୦ଟା ପରେ ବାହାରିବା ମୁସ୍କିଲ ହୋଇପଡ଼ିଛି । ତାତିରେ ଅଂଶୁଘାତ ଆଶଙ୍କା ବଢିଛି । ହେଲେ ପରିବାର ଭରଣ ପୋଷଣ ପାଇଁ ଲେବର ଓ ଛୋଟ ବ୍ୟବସାୟୀମାନେ ବାଧ୍ୟ ହୋଇ ଖରାରେ କାମକୁ ବାହାରୁଛନ୍ତି । ତାତି ସହ ଜୀବନର ସଂଘର୍ଷ ଚଲାଇଛନ୍ତି ।

    ଅଂଶୁଘାତ ପ୍ରତିହତ କରିବା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ । ସମସ୍ତ CHC, ସବ୍ ଡିଭିଜନ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବିଶେଷ ହିଟ୍ ଷ୍ଟ୍ରୋକ୍ ରୁମ ପ୍ରସ୍ତୁତ ହୋଇ ରହିଛି । ରୁମଗୁଡ଼ିକରେ ଏସି, କୁଲର ସହ ରହିଛି ଆବଶ୍ୟକ ଚିକିତ୍ସା ସୁବିଧା । ORS, ପିଇବା ପାଣି ଓ ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି । ଯେପରିକି ଅଂଶୁଘାତ ଘଟଣା ଆସିଲେ ତୁରନ୍ତ ଚିକିତ୍ସା ମିଳିପାରିବ ସେ ବ୍ୟବସ୍ଥା ହୋଇଛି । ଅଂଶୁଘାତର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।

    ଜାନୁଆରୀ ମାସରୁ ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ ଖୋଲିବାକୁ ଦିଆଯାଇଛି ନିର୍ଦ୍ଦେଶ । ଜିଲ୍ଲାରୁ ଆରମ୍ଭ କରି ସବ୍ ଡିଭିଜନ, CHC ଓ PHC ପର୍ଯ୍ୟନ୍ତ ହିଟ୍ ଷ୍ଟ୍ରୋକ୍ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ତୀବ୍ର ତାତି ସମୟରେ କୌଣସି ଲେବର କାମ ନ କରିବାକୁ ଦିଆଯାଇଛି ପରାମର୍ଶ। ସେମାନଙ୍କ ପାଇଁ ହୋଇଛି ବିଶ୍ରାମ ବ୍ୟବସ୍ଥା। ସାଧାରଣ ଲୋକଙ୍କୁ ଅଂଶୁଘାତର ଲକ୍ଷଣ ଓ ସତର୍କତା ବିଷୟରେ ମଧ୍ୟ ସଚେତନ କରାଯାଉଛି।

    ରାଜଧାନୀରେ ତାତିକୁ ନଜରରେ ରଖି ରା କ୍ୟାପିଟାଲ ହସ୍ପିଟାଲରେ ବିଶେଷ ପ୍ରସ୍ତୁତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଖୋଲାଯାଇଛି ORS କାଉଣ୍ଟର। ଲୋକମାନଙ୍କୁ ଥଣ୍ଡା ପାଣି ବଣ୍ଟନ କରାଯାଉଛି। ଅଂଶୁଘାତ ରୋଗୀଙ୍କ ପାଇଁ ୧୦ଟି ବେଡ଼ ବିଶିଷ୍ଟ AC ହିଟ୍ ଷ୍ଟ୍ରୋକ୍ ୱାର୍ଡ ରହିଛି। ଆଲର୍ଡରେ ଅଛନ୍ତି ଡାକ୍ତର ଓ ଚିକିତ୍ସାକର୍ମୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ