Wednesday, October 7, 2026
22.1 C
Odisha

    ଲାଞ୍ଚ ନେବା ଅଭିଯୋଗରେ ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    କଟକ : ଲାଞ୍ଚ ନେବା ଅଭିଯୋଗରେ୨ ଗିରଫ । ଟିଟିଲାଗଡ଼ ସର୍କଲ୍ କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ଦୁଇ ଜଣ ସିନିୟର ଆସିଷ୍ଟାଣ୍ଟ ଅନିଲ କୁମାର ପଣ୍ଡା ଓ ପିଅନ୍ ହରେକୃଷ୍ଣ ମାଝୀ । ଉଭୟେ ଟିଟିଲାଗଡ଼ ସ୍ଥିତ ARCS କର୍ମଚାରୀ । ଗତବର୍ଷ ଜାନୁଆରୀରେ ଅବସରପ୍ରାପ୍ତ ଜଣେ କର୍ମଚାରୀଙ୍କ MACP ଅନୁସାରେ ବକେୟା ଦରମା ପାଇଁ ଅନିଲ ପଣ୍ଡା ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

    ପ୍ରଥମ କିସ୍ତି ଭାବେ ୭୦ ହଜାର ଟଙ୍କା ପିଅନ୍ ହରେକୃଷ୍ଣ ମାଝୀଙ୍କ ବ୍ୟାଙ୍କ ଖାତାରେ ଜମା କରିବାକୁ କୁହାଯାଇଥିଲା। ଏନେଇ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଉକ୍ତ ଅବସରପ୍ରାପ୍ତ କର୍ମଚାରୀ। ଆଜି ଟଙ୍କା ବ୍ୟାଙ୍କ ମାଧ୍ୟମରେ ଜମା ହେବା ସମୟରେ ଭିଜିଲାନ୍ସ ଦୁହେଁକୁ କାବୁ କରିଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବାକୁ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ