Friday, July 31, 2026
24.9 C
Odisha

    ଶାଶୁ ଓ ଶ୍ବଶୁରଙ୍କୁ ନିଆଁ ଲଗାଇଦେଲା ଜ୍ୱାଇଁ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ: ଶାଶୂ-ଶ୍ବଶୁରଙ୍କୁ ଜାଳିଦେଲା ଜ୍ବାଇଁ ।  ମୟୂରଭଞ୍ଜ ଶୁଳିଆପଦା ଥାନା ପାକଟିଆ ନାଉପଦା ଗାଁରେ ଘଟିଛି ଅଭାବନୀୟ ଘଟଣା । ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ବାଇଁ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ଜ୍ବାଇଁ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଶୁଲିଆପଦା ପୋଲିସ ।

    ସୂଚନା ଅନୁସାରେ, ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଛି । ହଠାତ୍ ଆକ୍ରୋଶରେ ଜ୍ୱାଇଁ ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଏହି ଘଟଣାରେ ଦୁହେଁ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।  ସେମାନଙ୍କର ଅବସ୍ଥା ଚିନ୍ତାଜନକ ବୋଲି ଜଣାପଡ଼ିଛି । ଘଟଣା ପରେ ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଯାଇଛନ୍ତି । ଶୁଳିଆପଦା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    95 %
    1.5kmh
    89 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ