Monday, September 7, 2026
29.1 C
Odisha

    ସରିଲା ସରପଞ୍ଚ ଚାମେଲୀ ଓଝାଙ୍କ ଅନାସ୍ଥା ଭୋଟିଂ, ଭୋଟ ବାକ୍ସରେ ଚାମେଲିଙ୍କ ଭାଗ୍ୟ

    ଆଗକୁ ପଢନ୍ତୁ

    ମହାକାଳପଡ଼ା : ସରିଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ । ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଥିଲେ । ୨୨ ୱାର୍ଡ଼ ମେମ୍ବରଙ୍କ ମଧ୍ୟରୁ ୨୧ ଜଣ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । ହେଲେ ଅନାସ୍ଥା ଭୋଟିଂ ଫଳାଫଳ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ଥିବାରୁ ଫଳାଫଳ ପ୍ରକାଶ ପାଇପାରିନି ।

    ଭୋଟିଂ ପରିଚାଳନା ଦାୟିତ୍ଵରେ ଥିଲେ ଦୁଇ ତହସିଲଦାର । ପଟ୍ଟାମୁଣ୍ଡାଇ ଓ ଡେରାବିଶ ତହସିଲଦାର କରିଥିଲେ ଭୋଟିଂ ପରିଚାଳନା l ଗତ ଜୁଲାଇ ମାସ ୨୩ ତାରିଖରେ ସରପଞ୍ଚ ଚାମେଲୀଙ୍କ ବିରୁଦ୍ଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ l ସେହି ମାସ ୨୭ ତାରିଖରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହୋଇଥିଲା ଦସ୍ତଖତ ଯାଞ୍ଚ ପ୍ରକ୍ରିୟା l ଆଜି ଥିଲା ଭୋଟିଂ l ଦିନ ୧୧ ଟାରେ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତିଖିରି ସରପଞ୍ଚ ଚାମେଲୀ ଓଝା ପଂଚାୟତ କାର୍ଯ୍ୟାଳୟ ରେ ପହଁଚି ଥିଲେ ।

    ନିଜେ ଭୋଟ ନ ଦେଇ ନିଜର ଏକ ଦାବିପତ୍ର ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କୁ ଦେଇ ଫେରି ଯାଇଥିଲେ। ଅପରାହ୍ନ ସାଢେ ଗୋଟାଏରେ ଭୋଟ ପ୍ରକ୍ରିୟା ଶେଷ ହୋଇଥିଲା l ଭୋଟ ଦାନକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ ପାଇଁ ଜିଲ୍ଲାର ୫ ଜଣ ଆଇଆଇସି, ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ଼ ପଂଚାୟତ କାର୍ଯ୍ୟାଳୟ ପରିଷଦରେ ଉପସ୍ଥିତ ଥିଲେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.1 ° C
    29.1 °
    29.1 °
    69 %
    2.8kmh
    52 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    29 °

    ସମ୍ବନ୍ଧିତ