Wednesday, April 15, 2026
34.3 C
Odisha

    ସିରିଆରେ ଇସ୍ରାଏଲ୍‌ର ବୋମା ବର୍ଷା

    ଆଗକୁ ପଢନ୍ତୁ

    ସିରିଆରେ ବଶର ଅଲ୍‌-ଅସାଦ୍‌ ସରକାର କ୍ଷମତାଚ୍ୟୁତ ହେବା ପରେ ଇସ୍ରାଏଲ୍‌ର ଯୁଦ୍ଧବିମାନଗୁଡ଼ିକ ସୋମବାର ରାତିରୁ ଡମାସ୍‌କସ୍‌ ସମେତ ସାରା ଦେଶରେ ପ୍ରବଳ ବୋମାମାଡ଼ ଜାରି ରଖିଛନ୍ତି। ଯୁଦ୍ଧବିମାନଗୁଡ଼ିକ ରାଜଧାନୀ ଡମାସ୍‌କସ୍‌ର ପାଖାପାଖି ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ ବୋଲି ସିରିଆ ଗୃହଯୁଦ୍ଧ ପର୍ଯ୍ୟବେକ୍ଷଣକାରୀ ସଂସ୍ଥା କହିଛି। ତେବେ ଡମାସ୍‌କସ୍‌ ଅଭିମୁଖେ ଯିବା ଖବରକୁ ଇସ୍ରାଏଲ୍‌ ଖଣ୍ଡନ କରିଛି।
    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ରାତି ଓ ମଙ୍ଗଳବାର ଡମାସ୍‌କସ୍‌ରେ ବୋମାମାଡ଼ର ଶବ୍ଦ ଶୁଣିବାକୁ ମିଳିଛି। ଏଥିରେ ମିଶାଇଲ୍‌ ଲଞ୍ଚର, ହେଲିକପ୍ଟର ଏବଂ ଯୁଦ୍ଧବିମାନ ଧ୍ୱଂସ ହୋଇଥିବାର ଫଟୋ ଅନ୍‌ଲାଇନ୍‌ରେ ଘୂରିବୁଲୁଛି। ତେବେ ଡମାସ୍‌କସ୍‌କୁ ଦଖଲ କରିଥିବା ସିରିଆର ବିଦ୍ରୋହୀ ଉଗ୍ରପନ୍ଥୀ ସଂଗଠନ ହୟାତ୍‌ ତହରିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ