Tuesday, October 6, 2026
25.1 C
Odisha

    ସୁରକ୍ଷା ବାହିନୀକୁ ବଡ଼ ସଫଳତା, ମାଓ ଡମ୍ପ ଠାବ

    ଆଗକୁ ପଢନ୍ତୁ

    ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନାରେ ମାଓ ଡମ୍ପ ଠାବ କରିଛି ସୁରକ୍ଷା ବାହିନୀ । ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଲୁଚାଇ ରଖିଥିଲେ ମାଓବାଦୀ । DVF ଓ SOG ଟିମ୍ ର ମିଳିତ ଅଭିଯାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

    ମିଳିତ ଅପରେସନରେ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଡମ୍ପ ସ୍ଥାନ ଚିହ୍ନଟ କରାଯାଇଥିଲା। ପରେ ଜିଲ୍ଲା ବମ୍ ଡିସପୋଜାଲ ସ୍କ୍ୱାଡ ପ୍ରଥମେ ସମଗ୍ର ଅଞ୍ଚଳକୁ ଯାଞ୍ଚ କରିଥିଲା। ତଲାସି ବେଳେ ଗୋଟିଏ .୩୦୩ ରାଇଫଲ, ୩୭ ରାଉଣ୍ଡ ଗୁଳି, ଗୋଟିଏ ମ୍ୟାଗାଜିନ, ୬ଟି ଚାର୍ଜର କ୍ଲିପ, ଗନ୍ ପାଉଡର, କର୍ଡେକ୍ସ ତାର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

    ପୋଲିସ ପକ୍ଷରୁ ଜାରି ପ୍ରେସ୍ ନୋଟ ଅନୁସାରେ, ଜାନୁଆରୀ ୨୦୨୫ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲାରେ ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ ସଫଳ ହୋଇଥିବା କୁହାଯାଇଛି। ଏବେବି SOG, DVF ଓ CRPF ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ