Thursday, April 30, 2026
42.1 C
Odisha

    ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି , ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ । ଗତକାଲି ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ଣଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ବନ୍ଦ ଥିଲା ନୀତିକାନ୍ତି ।

    ଗତବର୍ଷ ମକର ସଂକ୍ରାନ୍ତିରେ ଏହି ବିବାଦ ଉଠିଥିବାବେଳେ ୩ଦିନ ମନ୍ଦିରରେ ନୀତି ବନ୍ଦ ରହିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ବାରମ୍ବାର ଲିଙ୍ଗରାଜ ଉପବାସରେ ରହୁଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    42.1 ° C
    42.1 °
    42.1 °
    12 %
    3.4kmh
    30 %
    Thu
    39 °
    Fri
    40 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ