Thursday, October 8, 2026
22.2 C
Odisha

    ୧୧ରୁ ୨୨ ଯାଏ ମାଟ୍ରିକ ପରୀକ୍ଷା ଖାତା ରିଚେକିଂ

    ଆଗକୁ ପଢନ୍ତୁ

    କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ନିକଟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଭିନ୍ନ ବିଷୟରେ ପୁନଃ ଖାତା ଯାଞ୍ଚ (ରିଚେକିଂ) ନିମନ୍ତେ ମେ ୧୧ରୁ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍‌ଜେକ୍ଟିଭ ଓ ଅବ୍‌ଜେକ୍ଟିଭ ଖାତା ରିଚେକିଂ ଓ ସେହି ଖାତାଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବାର ନିୟମାବଳୀ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଉପଲବ୍ଧ ହେବ। ଏଥିପାଇଁ ଉଭୟ ଫର୍ମ ଓ ଦେୟ ଦାଖଲ ୨୨ ତାରିଖ ମଧ୍ୟରାତ୍ର ସୁଦ୍ଧା କରିବାକୁ ହେବ।

    ନଲାଇନ ଆବେଦନ ୨୪ ଘଣ୍ଟିଆ ଚାଲୁ ରହିବ। ଏହି ପ୍ରକ୍ରିୟା ସମାପ୍ତ କରି ବୋର୍ଡ କର୍ତ୍ତୃପକ୍ଷ ସଂଶୋଧିତ ମାର୍କସିଟ୍‌ ପ୍ରଦାନ କରିବେ। ଏଥିସହ ଆବେଦନକାରୀମାନେ ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷା ଖାତାର ଅବିକଳ ନକଲ ଡାଉନଲୋଡ୍ କରିପାରିବେ। ସେହିପରି ମଧ୍ୟମା ସଂସ୍କୃତ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀମାନେ ୧୧ ରୁ ୨୫ ତାରିଖ ମଧ୍ୟରେ ଅଫ୍‌ଲାଇନ୍‌ରେ ବୋର୍ଡର ମୁଖ୍ୟ ଓ ଶାଖା କାର୍ଯ୍ୟାଳୟରେ ଆବେଦନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ