Thursday, October 8, 2026
22.2 C
Odisha

    ୧୭ରେ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର   : ଆଇଆଇଟି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଜେଇଇ ଆଡଭାନ୍ସଡ୍ ପଞ୍ଜୀକରଣ ସରିଛି। ମେ’ ୧୭ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମେ’ ୧୧ରୁ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସଡ୍‌ ୱେବସାଇଟ୍‌ (www.jeeadv.ac.in)କୁ ଯାଇ ନିଜ ନିଜର ଆଡ୍‍ମିଟ‌ କାର୍ଡ ଡାଉନଲୋଡ୍ କରିପାରିବେ। ଏପ୍ରିଲ ୨୩ରୁ ଜେଇଇ ଆଡଭାନ୍ସଡ୍ ନିମନ୍ତେ ପଞ୍ଜୀକରଣ ହୋଇଥିଲା। ମେ’ ୨ ପଞ୍ଜୀକରଣର ଶେଷ ତାରିଖ ଥିଲା। କିନ୍ତୁ ପଞ୍ଜୀକରଣ ଅବଧିକୁ ମେ’ ୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଚଳିତବର୍ଷ ଜେଇଇ ମୁଖ୍ୟରେ ୧୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨.୫ ଲକ୍ଷ ବିଦ୍ୟାର୍ଥୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଜେଇଇ ଆଡଭାନ୍ସଡ୍ ପର୍ସେଣ୍ଟାଇଲ କଟ୍‌ଅଫ୍‌ ବଢ଼ିଛି।

    ୨୦୨୫ରେ ସାଧାରଣ ବର୍ଗରେ କଟ୍‌ଅଫ୍‌ ୯୩.୧୦ ପର୍ସେଣ୍ଟାଇଲ ଥିବାବେଳେ ୨୦୨୬ରେ କଟ୍‌ଅଫ୍‌ ୯୩.୪୧ ପର୍ସେଣ୍ଟାଇଲ ରହିଛି। ସାଧାରଣ ବର୍ଗ (ଇଡବ୍ଲ୍ୟୁଏସ) ୨୦୨୫ରେ କଟ୍‌ଅଫ୍‌ ୮୦.୩୮ ପର୍ସେଣ୍ଟାଇଲ ଥିବାବେଳେ ୨୦୨୬ରେ କଟ୍‌ଅଫ୍‌ ୮୨.୪୧ ପର୍ସେଣ୍ଟାଇଲ ରହିଛି। ପଛୁଆବର୍ଗ (ଓବିସି)ରେ ୨୦୨୫ରେ କଟ୍ଅଫ୍‌ ୭୯.୪୩ ପର୍ସେଣ୍ଟାଇଲ ଏବଂ ୨୦୨୬ରେ କଟ୍‌ଅଫ୍‌ ୮୦.୯୨ ପର୍ସେଣ୍ଟାଇଲକୁ ବଢ଼ିଛି। ଅନୁସୂଚିତ ଜାତି (ଏସସି) ବର୍ଗରେ ୨୦୨୫ରେ କଟ୍‌ଅଫ୍‌ ୬୧.୧୫ ପର୍ସେଣ୍ଟାଇଲ ଥିବାବେଳେ ୨୦୨୬ରେ କଟ୍‌ଅଫ୍‌ ୬୩.୯୧ ପର୍ସେଣ୍ଟାଇଲକୁ ବୃଦ୍ଧି ପାଇଛି।

    ଅନୁସୂଚିଜ ଜନଜାତି (ଏସଟି) ବର୍ଗରେ କଟ୍‌ଅଫ୍‌ ୪୭.୯୦ ପର୍ସେଣ୍ଟାଇଲ ଥିଲା। ୨୦୨୬ରେ କଟ୍‌ଅଫ୍‌ ୫୨.୦୧୭ ପର୍ସେଣ୍ଟାଇଲ ରହିଛି। ଦେଶରେ ୨୩ଟି ଆଇଆଇଟି ଶିକ୍ଷାନୁଷ୍ଠାନ ରହିଛି। ଏହି ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ବି.ଟେକ, ବି.ଆର୍କ, ଏମ୍‌.ଏସ୍‌ସି, ଏମ୍‌.ଟେକ, ଏମ୍‌.ଡିଜାଇନିଂ, ଏମ୍‌ବିଏ ଏବଂ ପିଏଚ୍‌.ଡି ପାଠ୍ୟକ୍ରମରେ ନାମ ଲେଖାଇବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ