Saturday, July 27, 2024
24.8 C
Odisha

    ଗଞ୍ଜାମ ଆସିକା ରେଞ୍ଜରେ ଆତଙ୍କ ଖେଳାଇଛନ୍ତି ୧୨ ଟିକିଆ ହାତୀପଲ

    ଆଗକୁ ପଢନ୍ତୁ

    ଗଞ୍ଜାମ ଆସିକା ରେଞ୍ଜରେ ୧୨ ଟିକିଆ ହାତୀପଲଙ୍କ ଆତଙ୍କ । ୨୦ ଦିନ ହେବ ସେରଗଡ ବ୍ଲକ୍ ନରେନ୍ଦ୍ରପୁର ଓ କୃତିପୁର ଗାଁ ନିକଟ ଜଙ୍ଗଲରେ ରହି ଆଖପାଖ ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ଆଉ ଗତ ୪ ଦିନ ହେବ ଧରାକୋଟ ବ୍ଲକ୍ ସୁନାମୋହି ଗାଁରେ ଉପଦ୍ରବ କରୁଛନ୍ତି ଏହି ହାତୀ ପଲ । ସନ୍ଧ୍ୟାହେଲେ ଜଙ୍ଗଲରୁ ବାହାରି ଚାଷ ଜମି ଆଡକୁ ମାଡି ଆସୁଛନ୍ତି, ଫସଲ ନଷ୍ଟ କରୁଛନ୍ତି । ମୁଗ, ଟମାଟ, ଦେଶୀ ଆଳୁ ଆଦି ଚାଷ ନଷ୍ଟ କରୁଛନ୍ତି । ଗାଁ ମୁହାଁ ହାତୀପଲଙ୍କୁ ଘଉଡାଇବା ପାଇଁ ନାକେଦମ୍ ହେଲାଣି ବନ ବଭାଗ । ବନବିଭାଗ କର୍ମଚାରୀ ଓ ଗାଁ ଲୋକେ ରାତି ଉଜାଗର ରହି ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏପଟେ ସନ୍ଧ୍ୟା ହେଲେ ହାତୀ ଥିବା ଆଖପାଖ ଗାଁରେ ବିଦ୍ୟୁତ କାଟି ଦିଆଯାଉଛି । ହାତୀ ଯାଉଥିବା ରାସ୍ତାକୁ ସନ୍ଧ୍ୟା ହେଲେ ନାକାବନ୍ଦି କରି ଲୋକଙ୍କୁ ରାତିରେ ଘରୁ ବାହାରକୁ ନ ବାହାରିବା ପାଇଁ ସଚେତନ କରାଯାଉଛି । ମୋବାଇଲ ଯୋଗେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ମୋବାଇଲରେ ମେସେଜ୍ ଦିଆଯାଉଛି । ହାତୀ ଥିବା ସ୍ଥାନ ବିଷୟରେ ଲୋକଙ୍କୁ ସୂଚାଇ ଦିଆଯାଉଛି । ଆସିକା ରେଂଜରଙ୍କ ନେତୃତ୍ୱରେ ଧରାକୋଟ ଓ ସେରଗଡ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କୁ ନେଇ ଗଠିତ ଦୁଇଟି ଟିମ୍ ହାତୀଙ୍କୁ ସୁରକ୍ଷିତ ଭାବେ ତଡିବା ପାଇଁ ଉଦ୍ୟମ ଚଳାଇଛନ୍ତି । ତେବେ କେତେ ଦିନ ଯାଏଁ ହାତୀପଲ ଏଭଳି ଆତଙ୍କ ଖେଳାଇବେ ସେନେଇ ଚିନ୍ତାରେ ଗାଁ ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ