Tuesday, November 18, 2025
14.1 C
Odisha

    ଆଜି ଅପରାହ୍ନ ୪ଟା ୩୦ରେ ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ

    ଆଗକୁ ପଢନ୍ତୁ

    ଆଜି ନବୀନ ନିବାସରେ ବସୁଛି ବିଜେଡିର ବଡ଼ ବୈଠକ । ଅପରାହ୍ନ ୪ଟା ୩୦ରେ ବୈଠକ ହେବ ବୋଲି କୁହାଯାଉଛି । ବରିଷ୍ଠ ନେତା ମାନଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ମାନେ ମଧ୍ୟ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବୈଠକରେ ନିର୍ଦ୍ଦିଷ୍ଟ କେଉଁ ବିଷୟରେ ଆଲୋଚନା ହେବ ସେନେଇ ସୂଚନା ଦିଆଯାଇନାହିଁ । ହେଲେ ଦଳୀୟ ନେତୃବୃନ୍ଦଙ୍କ ସହ ମେଣ୍ଟ ନେଇ ଆଲୋଚନା କରାଯିବା ସହ ଆସନ ଭାଗବଣ୍ଟା ନେଇ ସୂଚନା ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି । ଗତ ୬ ତାରିଖରେ ନବୀନ ନିବାସରେ ବିଜେଡି ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିଷ୍ପତି ଛାଡିଥିଲେ । ସେହିଦିନ ଦିଲ୍ଲୀରେ ମଧ୍ୟ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟ ନେତାଙ୍କ ବୈଠକ ହୋଇଥିଲା । ଏହାର ୮ ଦିନ ପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଉପରୁ ପରଦା ହଟିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.1 ° C
    14.1 °
    14.1 °
    68 %
    1.2kmh
    10 %
    Mon
    14 °
    Tue
    25 °
    Wed
    26 °
    Thu
    27 °
    Fri
    29 °

    ସମ୍ବନ୍ଧିତ