Wednesday, October 14, 2026
24.8 C
Odisha

    ୫ ଆନ୍ତର୍ଜାତୀୟ ଠକଙ୍କୁ ବାନ୍ଧିଲା ରାଉରକେଲା ପୁଲିସ

    ଆଗକୁ ପଢନ୍ତୁ

    ନକଲି ଆପ ଯୋଗେ କ୍ରିପ୍ଟୋ କରେନ୍ସି ନାଁରେ ଆନ୍ତର୍ଜାତୀୟ ସ୍ତରରେ ଠକେଇ କାରବାରରେ ରାଉରକେଲା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଅନ୍ତର୍ଜାତୀୟ ଠକ ଦଳକୁ ରାଉରକେଲା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଛତିଶଗଡ ରାଜ୍ୟ ରାୟପୁର ତେଲିବନ୍ଧ ଅଞ୍ଚଳର ସନ୍ଦୀପ ଜୈନ୍ ଓରଫ ବିଟୁ (୪୦), ଛତିଶଗଡ ଜାମୁଲ ଭିଲାଲିନଗରର ଏମଡି ନସିମୁଦ୍ଦିନ ଓରଫ ନସିମ ଓରଫ ଅସ୍ପିରେକିଂ (୪୫), ଦୁର୍ଗ ବୈଶାଳୀନଗର ଅଞ୍ଚଳର ପଙ୍କଜ ରାଓ ଓରଫ ପାଙ୍କୁ ଓରଫ ଆରଏନବି ଜେମସ ଓରଫ ରିଓ (୩୩), ନବୀନ ରାଓ ଓରଫ ସୋନୁ(୩୫) ଓ ଉଜ୍ବଳ ଉତ୍କର୍ଷ ଓରଫ ଜାମଫ୍ରିସ(୨୨)। ଏମାନଙ୍କ ଠାରୁ ପ୍ରାୟ ୧ କୋଟି ଟଙ୍କାର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଇଥିବା ବେଳେ ଅନେକ କାଗଜପତ୍ର, ସଫ୍ଟୱେର ହାର୍ଡ ଡିସ୍କ ଜବତ କରାଯାଇଛି ବୋଲି ଶନିବାର ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର ସୂଚନା ଦେଇ କହିଲେ ରାଉରକେଲା ବାସିନ୍ଦା ତଥା କେନ୍ଦ୍ର ସରକାରୀ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ଅନଲାଇନ୍ ଆପ ଜରିଆରେ ୬୭ ଲକ୍ଷ ୭୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଗତ ୩୦ ଡିସେମ୍ବର ୨୦୨୩ରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଏହି ଠକେଇ ଅଭିଯୋଗ ଆଧାରରେ ରାଉରକେଲା ସାଇବର ଥାନାରେ ଆଇପିସିର ୧୨୦ବି ଏବଂ ଆଇଟି ଆକ୍ଟର ୬୬ସି/୬୬ଡି) ମାମଲା ରୁଜୁ କରା ଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    79 %
    0.6kmh
    77 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ