Saturday, March 28, 2026
38.2 C
Odisha

    ଗାଡି ଧକ୍କାରେ ଦୁଇ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାରକୁ ପିଟିଲା ଟ୍ରକ ,ଘଟଣାରେ ଦୁଇ ପୋଲିସ ଇନ୍ସପେକ୍ଟରଙ୍କ ମୃତ୍ୟୁ ।ଏପରି ଏକ ଅଭାବନୀୟ ଘଟଣାଟି ଘଟିଛି ଗତକାଲି ବିଳମ୍ବିତ ରାତିରେ। ମୃତକ ଦ୍ୱୟ ହେଲେ ଇନ୍ସପେକ୍ଟର ଦିନେଶ ବେନିୱାଲ ଓ ଇନ୍ସପେକ୍ଟର ରଣବୀର । ଉଭୟ ଦିଲ୍ଲୀ ପୁଲିସ୍‌ରେ କାମ କରୁଥିବା ଜଣାଯାଇଛି । ଗାଡ଼ିଟି ସୋନିପଥର କୁଣ୍ଡଳୀ ବର୍ଡର ଦେଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପୋଲିସ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିସହ ଘଟଣା ସ୍ଥଳରେ ଦୁଇ ପୋଲିସ ଇନସପେକ୍ଟରଙ୍କରଙ୍କ ମୃତ୍ୟୁ ଘଟିଛି। ଖବରପାଇ ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    15 %
    4.1kmh
    10 %
    Sat
    37 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ